pakka

ପୂର୍ବତନ ବାଚସ୍ପତି କିଶୋର ମହାନ୍ତିଙ୍କ ପରଲୋକରେ ଶୋକସଭା

l2

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ସୁବର୍ଣ୍ଣପୁରର ଅଗ୍ରଣୀ ସାହିତ୍ୟ ସଂସ୍କୃତି ଅନୁଷ୍ଠାନ ମହାନଦୀ ସାହିତ୍ୟ ସଂସଦର ସଭାଗୃହରେ ଦିବଂଗତ ବାଚସ୍ପତି ତଥା ପଶ୍ଚିମ ଓଡିଶା ବିକାଶ ପରିଷଦର ପ୍ରାକ୍ତନ ଅଧ୍ୟକ୍ଷ କିଶୋର ମହାନ୍ତିଙ୍କ ବିୟୋଗରେ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି । ମହାନଦୀ ସାହିତ୍ୟ ସଂସଦ, ପଏଁରୀ, ଭୀମଭୋଇ କଳା ପରିଷଦ, ନାଟ୍ ଓ ନାଟ୍ୟଚକ୍ର ପରି ସାଂସ୍କୃତିକ ଅନୁଷ୍ଠାନର ମିଳିତ ଉପସ୍ଥିତିରେ ଆୟୋଜିତ ଶୋକସଭାରେ ପରଲୋକଗତ ଆତ୍ମାର ସଦଗତି ପାଇଁ ୨ ମିନିଟ୍‌ର ନିରବ ପ୍ରାର୍ଥନା କରାଯାଇଥିବା ବେଳେ ସ୍ବର୍ଗତ କିଶୋର ମହାନ୍ତିଙ୍କ ଅମାୟିକ ବ୍ୟକ୍ତିତ୍ବ, କଳା-ସାହିତ୍ୟ ଓ ସଂସ୍କୃତି ପ୍ରତି ରହିଥିବା ରୁଚି ଏବଂ ବିକାଶ ପାଇଁ ଥିବା ପ୍ରତିବଦ୍ଧତାକୁ ନେଇ ଅନୁଷ୍ଠାନ ସମୂହର କର୍ମକର୍ତ୍ତାମାନେ ସ୍ମୃତିଚାରଣ କରିଥିଲେ । ମହାନଦୀ ସାହିତ୍ୟ ସଂସଦର ସଭାପତି ନାଟ୍ୟଶ୍ରୀ ଗଦାଧର ବାରିକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଶ୍ରଦ୍ଧାଞ୍ଜଳି ସଭାରେ ସୌରଭ ରଂଜନ ଖମାରୀ, ବେଣୁଧର ପ୍ରଧାନ, ପ୍ରଦ୍ୟୁମ୍ନ ସାହୁ, ଉମେଶ କୁମ୍ଭାର, ଲକ୍ଷ୍ମୀ ନାରାୟଣ ସାହୁ, ଚୌଧୁରୀ ବିଭାର ଓ ବନମାଳୀ ପଣ୍ଡା ପ୍ରମୁଖ ସ୍ବର୍ଗତ କିଶୋର ମହାନ୍ତିଙ୍କ କାର୍ଯ୍ୟଧାରାକୁ ନେଇ ସ୍ମୃତିଚାରଣ କରିଥିଲେ ।

pp
Leave A Reply

Your email address will not be published.

5 × 4 =