pakka

ଜିଲ୍ଲା ପ୍ରଶାସନ ପକ୍ଷରୁ ବୀରତା ଦିବସ ପାଳିତ

bbehera

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ୧୮୫୭ ମୁକ୍ତିଯୁକ୍ତରେ ସମଗ୍ର ଭାରତ ବର୍ଷର ବିଭିନ୍ନ ପ୍ରାନ୍ତ ଓ ଅଞ୍ଚଳରେ ବହୁ ଖ୍ୟାତ ଅଖ୍ୟାତ ବିପ୍ଳବୀ ଅଂଶଗ୍ରହଣ କରି ସହିଦ୍ ହୋଇଥିଲେ । ଏଭଳି ଅଦ୍ୱିତୀୟ ଦେଶ ଭକ୍ତ ଓ ସଂଗ୍ରାମୀ ହେଉଛନ୍ତି ଘେଁସ ଜମିଦାର ପରିବାର । ତତ୍କାଳୀନ ସମ୍ବଲପୁର ପ୍ରଶାସନର ଅଧୀନସ୍ଥ ଏବଂ ବର୍ତ୍ତମାନ ବରଗଡ଼ ଜିଲ୍ଲା ମଧ୍ୟରେ ଥିବା ଘେଁସ ଜମିଦାର ଥିଲେ ସହୀଦ ମଧୋ ସିଂ । ଭାରତର ପ୍ରଥମ ସ୍ବାଧୀନତା ସଂଗ୍ରାମର ସମ୍ପୂର୍ଣ୍ଣ ଅବଧି ମଧ୍ୟରେ ମାଧୋ ସିଂ ଏବଂ ତାଙ୍କ ପରିବାରର ଭୂମିକା ବୀରତା ଇତିହାସରେ ଆଗରେ ରହିଛି ବୋଲି ଆଜି ହଲଦୀପାଲି ଛକଠାରେ ଆୟୋଜିତ ସଭାରେ ବକ୍ତାମାନେ ମତପ୍ରକାଶ କରିଥିଲେ । ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଆୟୋଜିତ ଉକ୍ତ ସଭାରେ ଜନ୍ମ ଭୂମିର ରକ୍ଷା ପାଇଁ ସହୀଦ ମାଧୋ ସିଂ ଓ ତାଙ୍କ ପରିବାର ସହୀଦ ହୋଇଗଲେ । ଭାରତୀୟ ପ୍ରତ୍ନତତ୍ତ୍ଵ ବିଭାଗର ପ୍ରାକ୍ତନ ଉପନିର୍ଦ୍ଦେଶକ ଡ଼ଃ ନାରାୟଣ କୁଲକର୍ଣ୍ଣିଙ୍କ ମତରେ ପିତା ପୁତ୍ର ସମେତ ପାଞ୍ଚ ଜଣ ଦେଶ ପାଇଁ ଜୀବନ ଉତ୍ସର୍ଗ କରିଥିଲେ । ଏହି କ୍ରମରେ ଘେଁସ ଜମିଦାର ପରିବାର ଭାରତ ଇତିହାସରେ ଏକ ବିରଳ ଦୃଷ୍ଟାନ୍ତ ରଖିଯାଇଛନ୍ତି । ଦେଶ ପାଇଁ ଚର୍ମ ଆତ୍ମବଳିଦାନ ଦେଇଯାଇ ବରଗଡ଼ ତଥା ଓଡ଼ିଶା ମାଟିକୁ ଗୌରବାନ୍ବିତ କରିଥିବା ସହିଦ୍ ମାଧୋ ସିଂ ଓ ତାଙ୍କ ପରିବାରକୁ ସମ୍ମାନ ପ୍ରଦର୍ଶନ ପୂର୍ବକ ଆଜି ବୀରତା ଦିବସ ପାଳିତ ହେଉଛି ବୋଲି କହିଥିଲେ । ଏହି ଅବସରରେ ଗତକାଲି ସକାଳୁ ସବୁ ବର୍ଗର ଲୋକଙ୍କୁ ନେଇ ବୀର ଛକ ପର୍ଯ୍ୟନ୍ତ ଏକ ଗଣ ଦୌଡ ଆୟୋଜିତ ହୋଇଥିଲା । କାର୍ଯ୍ୟକ୍ରମରେ ଅତିଥି ଭାବେ ବିଧାୟକ ଦେବେଶ ଆଚାର୍ଯ୍ୟ, ପୂର୍ବତନ ନଗରପାଳ ପ୍ରଶାନ୍ତ ବେହେରା, ସାମ୍ବାଦିକ ରବିନାରାୟଣ ପଣ୍ଡା, ସମାଜସେବୀ ପାଣ୍ଡବ କର୍ଣ୍ଣ ପ୍ରମୁଖ ଯୋଗଦାନ କରିଥିଲେ । କାର୍ଯ୍ୟକ୍ରମକୁ ସୂଚନା ଓ ଲୋକସମ୍ପର୍କ ଅଧିକାରୀ କଲ୍ୟାଣୀ ଦାଶ ପରିଚାଳନା କରିଥିଲେ । ଗଣ ଦୌଡରେ କୋସଲ ସେନା ସମେତ ବିଭିନ୍ନ ସଂଗଠନର ପ୍ରତିନିଧିମାନେ ସାମିଲ ହୋଇଥିଲେ ।

Leave A Reply

Your email address will not be published.

two × two =