pakka

ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ

bbehera

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ମାୟାବହାଁ ହାଇସ୍କୁଲର ଜୁନିଅର ରେଡ଼କ୍ରସ ୟୁନିଟ ଓ ସୁବର୍ଣ୍ଣପୁର ଜିଲ୍ଲା ରକ୍ତ ଭଣ୍ଡାରର ମିଳିତ ଆନୁକୂଲ୍ୟରେ ସୋନପୁର ରକ୍ତ ଭଣ୍ଡାରଠାରେ ଦୁଇ ଦିନ ବ୍ୟାପୀ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଅଛି । ଜିଲ୍ଲା ଶିକ୍ଷାଅଧିକାରୀ ଲକ୍ଷ୍ମଣ ଭୋଇଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ହୋଇଥିବା କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବରେ ବ୍ଲଡ ବ୍ୟାଙ୍କ ଅଧିକାରୀ ଡ. ଦୁର୍ଗାଦତ ଦାଶ, ସମ୍ମାନୀତ ଅତିଥି ଭାବରେ ଜିଲ୍ଲା ଜୁନିଅର ରେଡକ୍ରସ ସଂପାଦକ ହିମାଂଶୁ ଶେଖର କର, ଜିଲ୍ଲା ଜୁନିଅର ରେଡକ୍ରସ ଉପସଭାପତି ଗତିକୃଷ୍ଣ ମିଶ୍ର, ବରଗଡ ଜିଲ୍ଲା ଜୁନିଅର ରେଡକ୍ରସ ଅଫିସର ମହେନ୍ଦ୍ର ଆଚାର୍ଯ୍ୟ, ଓଡିଶା ରକ୍ତଦାତା ମହାସଂଘର ସଭ୍ୟ ତଥା ରେଡକ୍ରସ କର୍ମ ରାମ ନାରାୟଣ ଦାଶ, ଖଲିଆପାଲି ସ୍କୁଲର ପ୍ରଧାନଶିକ୍ଷକ ତଥା ଜୁନିଅର ରେଡକ୍ରସ ପରାମର୍ଶଦାତା ଦୁର୍ଯ୍ୟୋଧନ ପଶାୟତ, ମହାନଦୀଧାରା ମୁଖ୍ୟ ପ୍ଲାବନ ମହାପାତ୍ର, ମୁରଷୁଣ୍ଢି ହାଇସ୍କୁଲର ପ୍ରଧାନ ଶିକ୍ଷକ କାଳିଆ କର୍ମ ଯୋଗ ଦେଇଥିଲେ । ଜିଲ୍ଲା ଜୁନିଅର ରେଡକ୍ରସ ଅଫିସର ରବିଚନ୍ଦ୍ର ପଶାୟତଙ୍କ ଅଧ୍ୟକ୍ଷତା କାର୍ଯ୍ୟକ୍ରମରେ ବ୍ଲଡ ବ୍ୟାଙ୍କ ଡାଟା ଏନଟ୍ରି ଅପେରେଟର ଜଗତ ଦରଓ୍ବାନ ମିଳିତ ଭାବରେ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ । ଖବର ଲେଖା ବେଳକୁ ପ୍ରଥମ ଦିନରେ ୩୪ ୟୁନିଟ ରକ୍ତ ସଂଗୃହିତ ହୋଇସାରିଥିଲା । ବ୍ଲଡବ୍ୟାଙ୍କ ଅଧିକାରୀ ଶ୍ରୀ ଦାଶଙ୍କ ସମେତ ବ୍ୟାଙ୍କର ସମସ୍ତ କର୍ମଚାରୀ ରକ୍ତଦାନ କରିଥିଲେ । କାର୍ଯ୍ୟକ୍ରମରେ ମାୟାବହାଁ ହାଇସ୍କୁଲର ପୁରାତନ ଛାତ୍ର ହେମନ୍ତ ମେହେର, ଜୁନିଅର ରେଡକ୍ରସ ସାଧନ କର୍ମଚନ୍ଦ୍ର ଶେଖର ମହାପାତ୍ର, ବିସିସି ଉଲୁଣ୍ଡା, ପ୍ରହାଲ୍ଲାଦ ନାଏକ, ପ୍ରତାପପୁର ସ୍କୁଲର ପରାମର୍ଶଦାତା ଗୋପେଶ ପଣ୍ଡା ପ୍ରମୁଖ ସହଯୋଗ କରିଥିଲେ । ରକ୍ତଦାତା ଭାବରେ ରେବତୀ ମହାପାତ୍ର, ସୌମିତ୍ରୀ ମେହେର, ନେରାଷ୍ ସା, ରବୀନ୍ଦ୍ର ସଥୌଆ, ମଞ୍ଜୁଳାତ ନାୟକ, ଅଜିତ ସେଠି, ଦେବେରଜ ନାଗ, ଚିକଣ ସାହୁ, ମିକୁନା, ବନମାଳୀ ସାହୁ, ସନ୍ତୋଷ କୁମାର ପୁଝରି, ପ୍ରମୋଦ ପୋଢ଼, ନାରାୟଣ ମେହେର, ଚନ୍ଦ୍ର ଶେଖର ମହାପାତ୍ର, କାଳିଆ କର୍ମୀ, ହେମନ୍ତ ମେହେର, ଶ୍ରୀକାନ୍ତ ଦର୍ବନ ପ୍ରମୁଖ ରକ୍ତଦାନ କରିଥିଲେ । ରକ୍ତ ଭଣ୍ଡରର ସୁବାଷ ପଣ୍ଡା, ଟିଟୁ ଭୋଇ, ସୁଦାମ ବିଶ୍ୱାଳ, ଯୁଧିଷ୍ଠିର ନାୟକ, ଟଙ୍କଧାର କଂହର ବିଶେଷ ସହଯୋଗ କରିଥିଲେ । ପ୍ରାରମ୍ଭରେ ବରିଷ୍ଠ ସାଧନ କର୍ମୀ ଝସକେତନ ମେହେର ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ମାୟାବହାଁ ହାଇସ୍କୁଲର ପୁରାତନ ଜୁନିଅର ରେଡକ୍ରସର ଛାତ୍ର ବନମାଳୀ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

jay balangir
Leave A Reply

Your email address will not be published.

2 × four =

error: Content is protected !!