csstore

ବଲାଙ୍ଗିର ସଦର ବ୍ଲକ୍‌ରେ ନୂତନ ଭାବେ ଯୋଗଦାନ କରିଥିବା ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ସଦର ବ୍ଲକ୍‌ରେ ନୂତନ ଭାବେ ଯୋଗଦାନ କରିଥିବା ଗୋଷ୍ଠୀ ଶିକ୍ଷା ଅଧିକାରୀ ରାଘବ ପାଣିଗ୍ରାହୀଙ୍କୁ ବ୍ଲକ୍‌ ପ୍ରାଥମିକ ଶିକ୍ଷକ ସଂଘ ତଥା ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘ ତରଫରୁ ସୁଶ୍ରୀ ବିଷ୍ଣୁପ୍ରିୟା ବେହେରା ପୁଷ୍ପଗୁଚ୍ଛ ପ୍ରଦାନ କରିଥିବା ବେଳେ ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘର ସଂପାଦକ ପ୍ରଦୀପ ଖମାରୀ ଉପଢୌକନ ପ୍ରଦାନ କରିଥିଲେ । ବ୍ଲକ୍‌ ପ୍ରାଥମିକ ଶିକ୍ଷକ ସଂଘର ସଭାପତି ରାଜକୁମାର ବରାଡ଼ ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିଲେ । ବରିଷ୍ଠ ଶିକ୍ଷକ ପ୍ରମୋଦ କୁମାର ପ୍ରଧାନ ତାଙ୍କ ବକ୍ତବ୍ୟରେ ଶିକ୍ଷକମାନଙ୍କ ସମସ୍ୟାର ସମାଧାନ ଓ ନୂତନ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ନେତୃତ୍ୱରେ ବ୍ଲକ୍‌ସ୍ତରୀୟ ଶିକ୍ଷାକୁ ଉନ୍ନତ କରିବା ପାଇଁ ଆଲୋକପାତ କରିଥିଲେ । ଶିକ୍ଷକମାନେ ସମସ୍ତେ ନୂତନ ବିଇଓଙ୍କ ସହ ରହିଛନ୍ତି ବୋଲି ମତ ପ୍ରଦାନ କରିଥିଲେ । ଉକ୍ତ ସଭାରେ ବରିଷ୍ଠ ଶିକ୍ଷକ ଆଶିଷ କୁମାର ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ । ସଭାରେ ଦୁଇ ଏବିଇଓ ଉତ୍ତମ କୁମାର ନାଏକ ଓ ଶ୍ରୀମତୀ ସଂଧ୍ୟାରାଣୀ ଧରୁଆଙ୍କ ସହ ବ୍ଲକ୍‌ର ସମସ୍ତ ବର୍ଗର ଶିକ୍ଷକ ପ୍ରତିନିଧି ଉମାକାନ୍ତ ହୋତା, ବାସୁଦେବ ମୁଗ୍ରୀ, ମୁସୁରୁ ଛତ୍ରିଆ, ଅକ୍ଷୟ ପାଢ଼ୀ, ବିଷ୍ଣୁ ପ୍ରସାଦ ସାହୁ, କମଳ ଲୋଚନ ସାହୁ, ନିରାକାର ସାଏ, ତ୍ରୈଲୋକ ସିଂ, ମହେଶ ମଲ୍ଲିକ, ଗଣେଶ ପଣ୍ଡା, ରାମ ପୁରୋହିତ, ମାନସ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ।

jayashree
Leave A Reply

Your email address will not be published.