centurian jitm

ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ବିଦାୟ ସମ୍ବର୍ଦ୍ଧନା ଉତ୍ସବ

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ବେହେରାମାଲ କ୍ଲଷ୍ଟର ଲଙ୍ଗଲକଟା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଅଷ୍ଟମ ଶ୍ରେଣୀର ସମସ୍ତ ପରୀକ୍ଷା ସରିଯାଇଛି । ଛାତ୍ରଛାତ୍ରୀମାନେ ଉଚ୍ଚ ବିଦ୍ୟାଳୟକୁ ଯାଇ ନବମ ପଢିବାକୁ ଥିବାରୁ ସେମାନଙ୍କ ବିଦ୍ୟାଳୟ ପ୍ରତି ଅବଦାନକୁ ମନେ ପକାଇ ବିଦାୟ କାଳୀନ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ପ୍ରଧାନ ଶିକ୍ଷକ ସୁଦାମ ଖମାରୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ୟ୍ୟକ୍ରମରେ ସିଆର୍‌ସିସି ସୁରେନ୍ଦ୍ର ରଥ ମୁଖ୍ୟ ଅତିଥିଭାବେ ଯୋଗଦେଇ ପରବର୍ତ୍ତୀ ଶ୍ରେଣୀରେ ଭଲ ଭାବେ ପାଠପଢି ବିଦ୍ୟାଳୟର ଟେକ ରଖିବାକୁ ପରାମର୍ଶ ଦେଇଥିଲେ । ଶିକ୍ଷୟିତ୍ରୀ ସନ୍ତୋଷିନୀ ସେଠୀ ସଭା ପରିଚାଳନା କରିଥିବା ବେଳେ ଶିକ୍ଷୟିତ୍ରୀ ବବିତା ସାହୁ ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ । ଅଷ୍ଟମ ଶ୍ରେଣୀର ପ୍ରତ୍ୟେକ ଛାତ୍ରଛାତ୍ରୀ ବିଦ୍ୟାଳୟରେ ସେମାନଙ୍କ ଆଠ ବର୍ଷର ଅନୁଭୂତିର ସ୍ମୃତିଚାରଣ କରିଥିଲେ । ଶେଷରେ ବରିଷ୍ଠ ବିଜ୍ଞାନ ଶିକ୍ଷକ ଦୀନବନ୍ଧୁ ମେହେର ଧନ୍ୟବାଦ ଅର୍ପଣ କରିଥିଲେ । ଏସ୍‌ଏମ୍‌ସି ସଭ୍ୟସଭ୍ୟା ଓ ଗ୍ରାମବାସୀ ସହଯୋଗ କରିଥିଲେ ।

Leave A Reply

Your email address will not be published.