jsm

ଟିଟିଲାଗଡ଼ରେ କଂଗ୍ରେସର ପ୍ରଭାରୀ ଅଜୟ କୁମାରଙ୍କୁ ବିପୁଳ ସମ୍ବର୍ଦ୍ଧନା

csstore

ସଇଁତଲା, (ପ୍ରମୋଦ ସେଲମା) : ରାଜ୍ୟ ପ୍ରଦେଶ କଂଗ୍ରେସ ପ୍ରଭାରୀ ଅଜୟ କୁମାର ଭୁବନେଶ୍ୱରରୁ ଦୁର୍ଗ -ପୁରୀ ଇଣ୍ଟଟସିଟି ଟ୍ରେନ ଯୋଗେ ବୁଧବାର ଟିଟିଲାଗଡ଼ଠାରେ ପହଞ୍ଚିଥିଲେ । ଏଥିରେ ରାଜ୍ୟ ପ୍ରଦେଶ କଂଗ୍ରେସ କମିଟି ସଭାପତି ଶରତ ପଟ୍ଟନାୟକଙ୍କ ନେତୃତ୍ୱରେ ଶତାଧିକ କଂଗ୍ରେସ କର୍ମୀ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ । ପୂର୍ବତନ ମନ୍ତ୍ରୀ ସୁରେନ୍ଦ୍ର ସିଂଭୋଇ, କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜା, ପିସିସି ସମ୍ପାଦକ ଡମ୍ବରୁଧର ଛତ୍ରିଆ, ଏଆଇସିସି ସଦସ୍ୟ ବିଦୁଭୁଷଣ ତ୍ରିପାଠୀ, ଟିଟିଲାଗଡ଼ ନଗର କଂଗ୍ରେସ ସଭାପତି ଘିନୁ ଆଡ଼ଯୁଆଡ, ବ୍ଲକ କଂଗ୍ରେସ ସଭାପତି ବିକାଶ ପାଣିଗ୍ରାହୀ, ଗୁଣସାଗର ମାଝୀ ପ୍ରମୁଖ ଉପସ୍ଥିତ ଥିଲେ । ଏହାପରେ ସ୍ଥାନୀୟ ଡିଏନ୍‌ ରିସର୍ଟଠାରେ ରାଜ୍ୟ କଂଗ୍ରେସ ପ୍ରଭାରୀ ଶ୍ରୀ କୁମାର ଦଳୀୟ ନେତୃବୃନ୍ଦଙ୍କ ସହ ଟିଟିଲାଗଡ଼ ଏବଂ କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀରେ ଦଳର ସାଙ୍ଗଠନିକ କାର୍ଯ୍ୟକ୍ରମ ନେଇ ବିଶେଷ ଆଲୋଚନା କରିଥିବା ଜଣାପଡିଛି । ଅନ୍ୟମାନଙ୍କ ମଧ୍ୟରେ ଦଳର ବରିଷ୍ଠ ନେତା ଦେବେନ୍ଦ୍ର ସାହୁ, ଦେବାନନ୍ଦ ସାହୁ, ତୁଳସୀ ସାହୁ, ବୀରେନ୍ଦ୍ର ବାଗ, ସୁବ୍ରତ ବେହେରା, କେ ତ୍ରିନାଥ ରାଓ, ଅଲେଖ ବେହେରା, ଜଗନ୍ନାଥ ମାଝୀ, ଅମିତ ରଥ, ଦୈତାରୀ ନାଗ, ସିମାଞ୍ଚଳ ବେନିଆ, ଲିଙ୍ଗ ସୁନା, କୁନା ସାହୁ, ଶିବ ବିଶି, ସୁରେନ୍ଦ୍ର ସାହା, ରଞ୍ଜିତ ପାଢ଼ୀ ପ୍ରମୁଖ ସ୍ୱାଗତ କାର୍ଯ୍ୟକ୍ରମରେ ସାମିଲ ହେଉଥିଲେ । ପରେ ପିସିସି ସଭାପତି ଶ୍ରୀ ପଟ୍ଟନାୟକ ତଥା ଅନ୍ୟ ନେତୃବୃନ୍ଦଙ୍କ ସହ ରାଜ୍ୟ ପ୍ରଭାରୀ ଶ୍ରୀ କୁମାର କଳାହାଣ୍ଡି ଜିଲ୍ଲା ଅଭିମୁଖେ ଗସ୍ତ କରିଥିବା ଜଣାପଡିଛି ।

yuvodaya
Leave A Reply

Your email address will not be published.