pakka

ଶିକ୍ଷକଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ସଭା

bbehera

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ପୁରାତନ ଶିକ୍ଷା ଅନୁଷ୍ଠାନ ରାଧାକାନ୍ତ ବିଦ୍ୟାପୀଠର ବରିଷ୍ଠ ଶିକ୍ଷକ ଶ୍ରୀଧର ପ୍ରଧାନଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ସଭା ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ସେ ଦୀର୍ଘ ୨୯ ବର୍ଷ ଶିକ୍ଷାଦାନ କରି ଶେଷରେ ଅବସର ନେଇଛନ୍ତି । ସେ ଜଣେ କର୍ତ୍ତବ୍ୟନିଷ୍ଠ, ଛାତ୍ରବତ୍ସଳ, ପରୋପକାରୀ, ଶୃଙ୍ଖଳିତ ମଣିଷ । ସେବା ନିବୃତ ଆୟୋଜିତ ସଭାରେ ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ଅକାଳ ବିୟୋଗରେ ୨ ମିନିଟ୍‌ ନୀରବ ପ୍ରାର୍ଥନା କରାଯାଇଥିଲା । ଶିକ୍ଷକଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ସଭାରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅଜୟ କୁମାର ଭୋଇଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସାଧାରଣ ସଭାରେ ସ୍ଥାନୀୟ ତହସିଲଦାର ନିବେଦିତା ପରିଡା, ବରିଷ୍ଠ ସାମ୍ବାଦିକ ପ୍ରସନ୍ନ ତ୍ରିପାଠୀ, ବ୍ଲକ ଶିକ୍ଷାଧିକାରୀ ରବିନ୍ଦ୍ରନାଥ ନନ୍ଦ, ପୂର୍ବତନ ବ୍ଲକ ଶିକ୍ଷାଧିକାରୀ ସଚିଦାନନ୍ଦ ପ୍ରଧାନ, ଏବିଇଓ ଯୁଧିଷ୍ଟିର ପରିଡା, ଚନ୍ଦ୍ରଶେଖର ଦେବ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବିଭୂତି ଭୂଷଣ ହୋତା, ଶିକ୍ଷାବିତ୍‌ ଶିବପ୍ରସାଦ ଶାହାଣୀ, ସିଫାର ପୂର୍ବତନ ବୌଜ୍ଞାନିକ ଅମରେନ୍ଦ୍ର ମହାନ୍ତି, ପିଢପାଟଣା ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଦିଗମ୍ବର ରଥ, ବରକେରା ବିଦ୍ୟାଳୟର ଶିକ୍ଷକ ମିଟୁକିଶୋର ପ୍ରଧାନ, ଚଣ୍ଡେଶ୍ୱର ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଛାଟୋଇ ମୋତିଲାଲ ରାୟ, ଶିକ୍ଷକ ପ୍ରଶାନ୍ତ ବିଶ୍ୱାଳ, ସାମାଜିକ କର୍ମୀ ସରୋଜ କୁମାର ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ । ଶିକ୍ଷକ ସୁଧିର କୁମାର ଜେନା ମଞ୍ଚ ପରିଚାଳନା କରିଥିବା ବେଳେ କେ.ପି.ପିି ପ୍ରଧାନ ଶିକ୍ଷକ ହୃଷିକେଶ ବଳିୟାରସିଂହ ସଭା ସଂଯୋଜନା କରିଥିଲେ । କ୍ରୀଡା ଶିକ୍ଷକ ନଟବର ସେଠି ସହଯୋଗ କରିଥିଲେ । ପରିଶେଷରେ ଛାତ୍ରଛାତ୍ରୀ, ପୂର୍ବତନ ଛାତ୍ର ସଂସଦ, ଶିକ୍ଷକ ବନ୍ଧୁ, ସାମ୍ବାଦିକ, ଅଭିଭାବକମାନେ ମାନପତ୍ର, ଉପଢୌକନ, ପୁଷ୍ପଗୁଚ୍ଛ ସହିତ ବିଭିନ୍ନ ଉପହାର ପ୍ରଦାନ ପୂର୍ବକ ସମ୍ବର୍ଦ୍ଧନା ଦିଆଯାଇଥିଲା ।

jay balangir
Leave A Reply

Your email address will not be published.

2 × 5 =

error: Content is protected !!