pakka

ରେଡ୍ଡୀ ମହାସଂଘ ତରଫରୁ ଶ୍ରୀନୃସିଂହନାଥଙ୍କ ସେବାଧାରୀ ଦାସୁଡୁ ସତ୍ୟମ ରେଡ୍ଡୀଙ୍କୁ ସମ୍ବର୍ଦ୍ଧନା

bbehera

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଶ୍ରୀ ଶ୍ରୀ ଲକ୍ଷ୍ମୀ ନୃସିଂହ କାମିନୀ ଦାସୁଡୁ (ସତ୍ୟମ) ସେବା ନୃତ୍ୟ କଳାକେନ୍ଦ୍ର ଭାଗବତ ଗାଦୀର ମୁଖ୍ୟ ବଡ଼ ଦାସୁଡୁ ଆର.ସତ୍ୟମ ରେଡ୍ଡୀ ଜଣେ କୋହଲା ନୃତ୍ୟ ଦାସୁଡୁ ସଂଗଠକ ଭାବେ ସେ ବହୁମୁଖୀ ପ୍ରତିଭାର ଅଧିକାରୀ ହୋଇ ରାଜ୍ୟ ଓ ଜାତୀୟ ସ୍ତରରେ ସମ୍ମାନିତ ହୋଇଆସିଛନ୍ତି । ନିକଟରେ ନୂଆଦିଲ୍ଲୀସ୍ଥ ବହୁଜନ ସାହିତ୍ୟ ଓ ସଂସ୍କୃତି ସଂଗଠନ ପକ୍ଷରୁ କଳାରତ୍ନ ପୁରସ୍କାରରେ ସମ୍ମାନିତ ହୋଇଛନ୍ତି । ଏହାପରେ ବିଭିନ୍ନ ମହଲରେ ତାଙ୍କୁ ସାଧୁବାଦ ଜଣାଇ ଶୁଭେଚ୍ଛାର ସୁଅ ଛୁଟିଛି । ବିଭିନ୍ନ ସଭାମଞ୍ଚରେ ତାଙ୍କୁ ଅଭିନନ୍ଦନ ଜଣାଇ ସମ୍ବର୍ଦ୍ଧିତ କରୁଛନ୍ତି । ଗତ ଶନିବାର ବ୍ରହ୍ମପୁର ଠାରେ ଜିଲ୍ଲା ରେଡ୍ଡୀ ସଂଘ ଭବନରେ ତାଙ୍କୁ ଭବ୍ୟ ସମାରୋହରେ ସମ୍ବର୍ଦ୍ଧିତ କରାଯାଇଥିଲା । ଗଞ୍ଜାମ, ଖୋର୍ଦ୍ଧା, ପୁରୀ, ଶ୍ରୀକାକୁଲମ ଜିଲ୍ଲା ସଂଗଠନର ମୁଖ୍ୟ ନେତୃତ୍ୱଧାରୀ ତଥା ଜିଲ୍ଲା ସଭାପତି ସି.ଏଚ.ଦୀଲେଶ୍ୱର ରେଡ୍ଡୀଙ୍କ ନେତୃତ୍ୱରେ ତାହାଙ୍କୁ ଉପଢୌକନ ଓ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧନା ଦିଆଯାଇଛି । ଗଞ୍ଜାମ ଜିଲ୍ଲା ରେଡ୍ଡୀ ମହାଜନ ସଂଘ ମହାମଞ୍ଚରେ ଯୋଗ ଦେଇଥିବା ଜିଲ୍ଲା ସମ୍ପାଦକ ଶ୍ରୀନିବାସ ରେଡ୍ଡୀ, ବରିଷ୍ଠ ଜିଲ୍ଲା ସଦସ୍ୟ ସାଲା କ୍ରିଷ୍ଣା ରେଡ୍ଡୀ, ଜିଲ୍ଲା ଉପଦେଷ୍ଟା ଆଡଭୋକେଟ କେ.ଦୁର୍ଯ୍ୟୋଧନ ରେଡ୍ଡୀ, ମନସୁରକୋଟା ତାଲୁକା ସଭାପତି ସିଏଚ. କ୍ରିଷ୍ଣାୟା ରେଡ୍ଡୀ, ଛତ୍ରପୁର ତାଲୁକା ସାଧାରଣ ସମ୍ପାଦକ ସି.ଏଚ.ପୂର୍ଣ୍ଣକୁମାର ରେଡ୍ଡୀ, ଛତ୍ରପୁର ଜୋନ ସଭାପତି ଏସ.ବୈରାଗୀ ରେଡ୍ଡୀ, ଉପସଭାପତି ଏସ୍.ଦାଲେୟା ରେଡ୍ଡୀ, ଆସ୍କା ଜୋନ ସଭାପତି ଆର.ଭାଗିରଥି ରେଡ୍ଡୀ, ସୁବାଣୀ ତାଲୁକା ସଭାପତି ନାଗରାଜୁ ରେଡ୍ଡୀ, ମହୁରୀ ତାଲୁକା ସଭାପତି ସି.ଏଚ.ରାମଚନ୍ଦ୍ର ରେଡ୍ଡୀ, ସମ୍ପାଦକ ବେଣୁଗୋପାଳ ରେଡ୍ଡୀ, ଇନ୍ଦ୍ରାକ୍ଷୀ ତାଲୁକା ସଭାପତି ବାଲାକ୍ରିଷ୍ଣା ରେଡ୍ଡୀ, ସାନଖେମୁଣ୍ଡି ତାଲୁକା ସଭାପତି ଏମ୍.ନିରଞ୍ଜନ ରେଡ୍ଡୀ ଏବଂ କୁଳସମାଜର ବିଭିନ୍ନ ତାଲୁକାରୁ ବହୁ ନେତ୍ତୃବର୍ଗ ତଥା ଗଞ୍ଜାମ ଜିଲ୍ଲାର ବିଭିନ୍ନ ତାଲୁକାର କର୍ଣ୍ଣଧାରୀଙ୍କ ସମେତ ଶତାଧିକ ନେତ୍ତୃବୃନ୍ଦ ଯୋଗଦେଇ ବଡ଼ ଦାସୁଡୁ ଆର.ସତ୍ୟମ ରେଡ୍ଡୀଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ବଡ଼ ଦାସୁଡୁ ସତ୍ୟମ ରେଡ୍ଡୀଙ୍କ ଦୀର୍ଘ ନିରାମୟ ଜୀବନ କାମନା କରି ତାଙ୍କର ଯଶସ୍ୱୀ କାମନା କରିଥିଲେ ।

Leave A Reply

Your email address will not be published.

one × two =