pakka

ବିନ୍ଧ୍ୟବାସିନୀ ମହାବିଦ୍ୟାଳୟର ଚତୁର୍ଥ ଶ୍ରେଣୀ କର୍ମଚାରୀ ଅମର ସିଂ କୁମ୍ଭାରଙ୍କୁ ବିଦାୟ ସମ୍ବର୍ଦ୍ଧନା

bbehera

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ବିନ୍ଧ୍ୟ ବାସିନୀ ଡ଼ିଗ୍ରୀ ମହାବିଦ୍ୟାଳୟର ବୟୋଜ୍ୟେଷ୍ଠ ଚତୁର୍ଥ ଶ୍ରେଣୀ କର୍ମଚାରୀ ଅମର ସିଂ କୁମ୍ଭାରଙ୍କ ଅବସର ଉପଲକ୍ଷେ ମହାବିଦ୍ୟାଳୟର ଅଧ୍ୟକ୍ଷ ଲୋହିତ କୁମାର ବାରିକଙ୍କ ଅଧ୍ୟକ୍ଷତାରେ ଏକ ବିଦାୟକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା । ମହାବିଦ୍ୟାଳୟରୁ ଅବ୍ୟାହତି ଗ୍ରହଣ କରିଥିବା ସେ ପ୍ରଥମ କର୍ମଚାରୀ ଅଟନ୍ତି । ଉକ୍ତ ସଭାରେ ମହାବିଦ୍ୟାଳୟର କର୍ମଚାରୀମାନେ ତାଙ୍କ ସହ ବିତିଥିବା ମୁହୂର୍ତ୍ତର ଅନୁଭୂତି ବ୍ୟକ୍ତ କରିବା ସହିତ ଶ୍ରୀ କୁମ୍ଭାରଙ୍କୁ ଫୁଲତୋଡ଼ା ଦେଇ ସମ୍ବର୍ଦ୍ଧିତ କରିଥିଲେ । ସଭା ଶେଷରେ ଅଧ୍ୟାପକ ପ୍ରଦୀପ କୁମାର ଦେୱାନ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.

three + 9 =