pakka

ଓଲଟିଲା ଧାନ ବୋଝେଇ ଟ୍ରକ : ଅଳ୍ପକେ ବର୍ତ୍ତିଲେ ଟ୍ରକ ଡ୍ରାଇଭର

bbehera

ବିନିକା, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ବିନିକା ସିଦ୍ଧି ପେଟ୍ରୋଲ ପମ୍ପ ନିକଟରେ ଭାରସାମ୍ୟ ହରାଇ ସମ୍ବଲପୁର ସୁବର୍ଣ୍ଣପୁର ମୁଖ୍ୟ ରାସ୍ତାରେ ଧାନ ବୋଝେଇ ଟ୍ରକ ଓଲଟି ପଡିଥିବା ଜଣାପଡିଛି । ତେବେ ଅଳ୍ପକେ ବର୍ତ୍ତି ଯାଇଛନ୍ତି ଟ୍ରକ ଡ୍ରାଇଭର । ସୂଚନା ଅନୁସାେରେ ଟ୍ରକଟି ଧାନ ବୋଝେଇ କରି ଗୋଡଭଗାରୁ ଆନ୍ଦ୍ରପ୍ରଦେଶ ଯାଉଥିଲା । ଟ୍ରକଟି ବିନିକା ପଟରୁ ସୁବର୍ଣ୍ଣପୁର ପଟକୁ ଯାଉଥିବା ସମୟରେ ସମ୍ମୁଖରୁ ଆସୁଥିବା ଏକ ଯାନକୁ ସାଇଡ ଦେବା ବେଳେ ରାସ୍ତା କଡ଼ରେ ଥିବା ମାଟି ଦବି ଯାଇ ଗାଡିଟି ଓଲଟି ପଡିଥିଲା । ଟ୍ରକ ଡ୍ରାଇଭର ସାମାନ୍ୟ ଖଣ୍ଡିଆ ଖାବରା ହୋଇଥିଲେ । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ କରୁଛି ।

Leave A Reply

Your email address will not be published.

3 × three =