ଅସହାୟ ଶବ ସତ୍କାର କଲା ସଂକଳ୍ପ ପରିବାର ମହିଳା ଶାଖା

ବରଗଡ଼, (ନିରୋଜ କୁମାର ପାଣୀ) : ନାରୀ କେବେବି ଅବଳା ବା ଦୁର୍ବଳା ନେହେଁ । ସେ ସବୁ ବେଳେ ସବଳା । ନାରୀ ମହିଳା ରୂପରେ ହେଉ କି ଦେବୀ ରୂପରେ ସେ ମହାଶକ୍ତି ସଂପୂର୍ଣ୍ଣା । ଆଜିର ନାରୀ କୌଣସି ଗୁଣରେ ପୁରୁଷ ଠାରୁ କମ ନୁହନ୍ତି । ଆଜି ଏକଥା ପ୍ରମାଣ କରି ଦେଖାଇଛନ୍ତି ସଂକଳ୍ପ ପରିବାରର ମହିଳା ଶାଖା । ବରଗଡ଼ ବ୍ଲକ ଅନ୍ତର୍ଗତ ବରଡୋଲ ଗ୍ରାମର ମୂଳ ବାସିନ୍ଦା ଭୂମିସୁତା ସ୍ୱାଇଁ (୭୦) ତାଙ୍କର ଏକ ମାତ୍ର ପୁଅ । ମାନସିକ ବିକାରଗ୍ରସ୍ତ ହେବା ପରେ ସେ ସମୟକ୍ରମେ ନିଜର ଘର ମଧ୍ୟ ହରାଇ ବସିଥିଲେ । ସେ ଅତ୍ୟନ୍ତ ଗରିବ ହୋଇଥିବାରୁ ସମ୍ପର୍କୀୟ ଲୋକ ସମସ୍ତେ ତାଙ୍କ ହାତ ଛାଡ଼ି ଦେଇଥିଲେ । ପରେ ଭୂମିସୁତା ରାସ୍ତା କଡରେ ଥିବା ଅନ୍ୟ କାହାର ଭଙ୍ଗା ଘରରେ ଦୀର୍ଘ ଦିନ ହେଲା ଆଶ୍ରୟ ନେଇଥିଲେ । ବାର୍ଦ୍ଧକ୍ୟ ଗତ କାରଣରୁ ଆଜି ଭୋରରୁ ତାଙ୍କର ମୃତ୍ୟ ବରଣ ହୋଇଥିଲା । ମୃତ୍ୟୁ ଖବର ପାଇଁ ମଧ୍ୟ ତାଙ୍କ ସମ୍ପର୍କୀୟ ଲୋକ କେହି ଦେଖା ଦେଇ ନଥିଲେ । ଦୀର୍ଘ ସମୟ ପର୍ଯ୍ୟନ୍ତ ମୃତ ଶରୀର ପଡିରହିଥିଲା । ପରେ ଖବର ପାଇ ଆଜି ଅପରାହ୍ନ ୪ଟା ସମୟରେ ସଂକଳ୍ପ ପରିବାରର ମହିଳା ଶାଖା ସଦସ୍ୟା ସଂଘମିତ୍ରା ପଟେଲ ଓ ସଞ୍ଜୁ ଭୋଇ ସ୍ଥାନୀୟ ପ୍ରସାଶନକୁ ଖବର ଦେଇଥିଲେ । ପରେ ବରଗଡ଼ ଟାଉନ ପୋଲିସଙ୍କ ଅନୁରୋଧ କ୍ରମେ ପିପଳମୁଣ୍ଡା ସ୍ଥିତ ଶ୍ମଶାନରେ ମୃତ ଭୂମିସୁତାଙ୍କ ଶବ ସତ୍କାର କରିଥିଲେ । ଏଥିରେ ସଂକଳ୍ପ ପରିବାରର ସମ୍ୟ ପୃଷ୍ଟି, ସନ୍ଦୀପ ସେଠ ଓ ଶେଷଦେଵ ପଧାନ ସହଯୋଗ କରିଥିଲେ । ନାରୀ ସମାଜକୁ ନେଇ ରହିଥିବା ବିଭିନ୍ନ ଅନ୍ଧବିଶ୍ୱାସକୁ ଦୂର କରିବାର ସହିତ ଅସହାୟ ସେବା କରିବା ପାଇଁ ସଂକଳ୍ପ ପରିବାରର ମହିଳା ଶାଖା ସଦସ୍ୟାଙ୍କ ମନରେ ଦେଖାଯାଉଥିବା ଉତ୍ସାହ ଯୋଗୁଁ ବୁଦ୍ଧିଜୀବୀ ମହଲରେ ପ୍ରଶଂସାର ପାତ୍ର ସାଜିଛନ୍ତି ।

Leave A Reply

Your email address will not be published.

5 × one =