csstore

ଓମ୍‌ଭେଲି ବିଦ୍ୟାଳୟରେ କୃତି ଛାତ୍ରଛାତ୍ରୀଙ୍କୁ ସମ୍ଵର୍ଦ୍ଧନା

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ସି.ବି.ଏସ୍.ଇ ପରିଚାଳିତ ଦଶମ ଏବଂ ଦ୍ଵାଦଶ ଶ୍ରେଣୀ ପରୀକ୍ଷାରେ ଓମ୍‌ଭେଲି ବିଦ୍ୟାଳୟର ଛାତ୍ରଛାତ୍ରୀ ସଫଳତା ଅର୍ଜନ କରିଛନ୍ତି । ୨୦୨୩-୨୪ ଶିକ୍ଷାବର୍ଷ ଦଶମ ଶ୍ରେଣୀରେ କୁମାରୀ ଆକାଂକ୍ଷା ସିଂ ୯୬.୪ ପ୍ରତିଶତ ନମ୍ଵର ରଖି ଶୀର୍ଷ ସ୍ଥାନ ଅଧିକାର କରିଥିବା ବେଳେ ଯୁକ୍ତଦୁଇ ବିଜ୍ଞାନରେ କୁମାରୀ ଦୀପ୍ତିମୟୀ ସାହୁ ୯୨ ପ୍ରତିଶତ ଏବଂ ବାଣିଜ୍ୟରେ ଶ୍ରୀମାନ ରୋହିତ ଜୈନ ୮୭.୨ ପ୍ରତିଶତ ନମ୍ଵର ରଖି ଶୀର୍ଷ ସ୍ଥାନ ଅଧିକାର କରିଛନ୍ତି । ଦଶମ ଶ୍ରେଣୀର ମୋଟ୍‌ ୯୦ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୧୪ ଜଣ ଛାତ୍ରଛାତ୍ରୀ ୯୦ ପ୍ରତିଶତରୁ ଅଧିକ ନମ୍ଵର ରଖି କୃତିତ୍ୱ ଅର୍ଜନ କରିଥିବା ବେଳେ ୨୧ ଜଣ ଛାତ୍ରଛାତ୍ରୀ ୮୦ରୁ ୯୦ ପ୍ରତିଶତ ନମ୍ଵର ରଖି ସଫଳତା ଅର୍ଜନ କରିଛନ୍ତି । ମୋଟ୍‌ ୬୬ ଜଣ ଛାତ୍ରଛାତ୍ରୀ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛନ୍ତି । ଦଶମ ଶ୍ରେଣୀର ୭୦ ପ୍ରତିଶତରୁ ଅଧିକ ନମ୍ଵର ରଖି ସଫଳତା ଅର୍ଜନ କରିଥିବା ଛାତ୍ରଛାତ୍ରୀଙ୍କ ସଂଖ୍ୟା ହେଉଛି ୫୨, ସେମାନଙ୍କ ମଧ୍ୟରୁ ୧- ଆକାଂକ୍ଷା ସିଂ ୯୬.୪, ୨- ସାଧନା ଅଗ୍ରୱାଲ ୯୬ ପ୍ରତିଶତ, ୩- ସୁଶ୍ରୀ ସମୀକ୍ଷା ୯୬ ପ୍ରତିଶତ ମାର୍କ ରଖିଛନ୍ତି । ସେହିପରି ଦ୍ଵାଦଶ ଶ୍ରେଣୀ ବିଜ୍ଞାନରେ ୭୦ ପ୍ରତିଶତରୁ ଅଧିକ ନମ୍ଵର ରଖି ସଫଳତା ଅର୍ଜନ କରିଛନ୍ତି । ୧- ଦୀପ୍ତିମୟୀ ସାହୁ ୯୨ ପ୍ରତିଶତ, ୨- ଐଶ୍ଵର୍ୟ୍ୟା ଦୀପ ଝୁନଝୁନୱାଲା ୯୦.୬ ପ୍ରତିଶତ, ୩- ଶିବାନୀ ସାହୁ ୮୮ ପ୍ରତିଶତ ମାର୍କ ରଖି ସଫଳତା ହାସଲ କରିଥିବା ବେଳେ ସେହିପରି ଦ୍ଵାଦଶ ଶ୍ରେଣୀ ବାଣିଜ୍ୟରେ ୭୦ ପ୍ରତିଶତରୁ ଅଧିକ ନମ୍ଵର ରଖି ସଫଳତା ଅର୍ଜନ କରିଛନ୍ତି ୧-ରୋହିତ ଜୈନ ୮୭.୨ ପ୍ରତିଶତ,୨- ରିତିଷା ଅଗ୍ରୱାଲ ୭୫.୬ ପ୍ରତିଶତ ମାର୍କ ରଖିଛନ୍ତି । ଏହି ନିମନ୍ତେ ପ୍ରାତଃ ଘ.୮.୩୦ ମି.ସମୟରେ ବିଦ୍ୟାଳୟ ତରଫରୁ ଏକ ସମ୍ଵର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା । ଯେଉଁଥିରେ କି କୃତି ଛାତ୍ରଛାତ୍ରୀ ଏବଂ ଅଭିଭାବକଙ୍କୁ ସମ୍ମାନିତ କରାଯାଇଥିଲା । ବିଦ୍ୟାଳୟର ଅଧ୍ୟକ୍ଷ ମହେଶ୍ଵର ପ୍ରସାଦ ମିଶ୍ର ଶିକ୍ଷାର ଉଦ୍ଦେଶ୍ୟ ଏବଂ ଭବିଷ୍ୟତ ନିର୍ମାଣ ସମ୍ପର୍କରେ ଛାତ୍ରଛାତ୍ରୀଙ୍କୁ ଉଦ୍‌ବୋଧନ ଦେଇଥିଲେ ।

jayashree
Leave A Reply

Your email address will not be published.