csstore

ଅଗ୍ରସେନ ଜୟନ୍ତୀ ଉପଲକ୍ଷେ ଟିଟିଲାଗଡ଼ ଅଗ୍ରୱାଲ ସଭା ପକ୍ଷରୁ ସାମ୍ବାଦିକ ସମ୍ମିଳନୀ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଚଳିତ ମାସ ୨୨ ତାରିଖ ଦିନ ମହାରାଜ ଅଗ୍ରେଗ୍ଧନଙ୍କ ଜୟନ୍ତୀ ପାଳିତ ହେବ । ଏହାକୁ ଆଖି ଆଗରେ ରଖି ଚଳିତ ବର୍ଷ ଆସନ୍ତା କାଲି ଅର୍ଥାତ ୧୩ ତାରିଖ ଠାରୁ ୨୨ ତାରିଖ ପର୍ୟ୍ୟନ୍ତ ଟିଟିଲାଗଡ଼ର ସମସ୍ତ ଅଗ୍ରୱାଲ ପରିବାର ସଦସ୍ୟଙ୍କୁ ନେଇ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହେବାକୁ ଯାଉଛି । ଏଥିରେ ଅଗ୍ରୱାଲ ସମାଜର ପୁରୁଷ, ମହିଳା, ଯୁବ ପିଢ଼ି, ଛୋଟ ଛୋଟ ଛୁଆ ମାନଙ୍କୁ ନେଇ ବିଭିନ୍ନ ପରମ୍ପରା ଗତ ତଥା ଆଧୁନିକ ଖେଳ ପ୍ରତିଯୋଗିତା ଆୟୋଜିତ ହେବାକୁ ନେଇ ଶୁକ୍ରବାର ସନ୍ଧ୍ୟାରେ ସ୍ଥାନୀୟ ମହାବୀର ପଞ୍ଚାୟତି ଧର୍ମଶାଳା ଠାରେ ଏକ ସାମ୍ବାଦିକ ସମ୍ମିଳନୀ ସଭାପତି ପ୍ରକାଶ ଗୋଏଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ସମ୍ମିଳନୀରେ ସମ୍ପାଦକ ସଞ୍ଜୟ ବଂଶଲ, ସହ ସମ୍ପାଦକ ନୀତେଶ ଜୈନ, କୋଷାଧ୍ୟକ୍ଷ ରାଜୀବ କୁମାର ଜୈନ, ଖେଳ ପ୍ରଭାରୀ ଆଶିଷ ଅଗ୍ରୱାଲ, ରାହୁଲ ଜୈନ, ବିଜୟ ଜୈନ,ଉପ ସଭାପତି କିଶୋର ଗୁପ୍ତା, ସଦସ୍ୟ ସୁରେନ୍ଦ୍ର ମାରୋଦିଆ ,ସଂସ୍କାର ଅଗ୍ରୱାଲ,ବିଜୟ ଜୈନ, ବିଶେଷ ପରାମର୍ଶଦାତା ରାଜେଶ ଅଗ୍ରୱାଲ, ପ୍ରକାଶ ଅଗ୍ରୱାଲ, ସଦସ୍ୟ ଆକାଶ ଗୋଏଲ, ପଙ୍କଜ ବିରମିୱାଲ ପ୍ରମୁଖ ଯୋଗ ଦେଇଥିଲେ ।

jayashree
Leave A Reply

Your email address will not be published.