ରାଞ୍ଚିରେ ସମ୍ମାନ ସମାରୋହ ଓ ରାଷ୍ଟ୍ରିୟ ପ୍ରତିଭା ଖୋଜ ଆସନ୍ତା ୯ରେ

ରାଉରକେଲା, (ସସ୍ମିତା ପ୍ରଧାନ) : ସାମାଜିକ ଅନୁଷ୍ଠାନ ହାପି ମୋମେଣ୍ଟସ୍‌ ଅଫ୍ ଇଣ୍ଡିଆ ତରଫରୁ ସମ୍ମାନ ସମାରୋହ ଓ ରାଷ୍ଟ୍ରିୟ ପ୍ରତିଭା ଖୋଜ କାର୍ଯ୍ୟକ୍ରମ ଆସନ୍ତା ୯ ତାରିଖ ଦିନ ଝାଡ଼ଖଣ୍ଡ ରାଜ୍ୟର ରାଜଧାନୀ ରାଞ୍ଚି ଠାରେ ଅନୁଷ୍ଠିତ ହେବ ବୋଲି ଜଣାପଡିଛି । ଦୁଇଟି ପର୍ଯ୍ୟାୟରେ ହେବାକୁ ଥିବା ଏହି କାର୍ଯ୍ୟାକ୍ରମରେ ଡ. ଏପିଜେ ଅବଦୁଲ କାଲାମ ପ୍ରଫେସ୍‌ନାଲ୍‌ ଆକ୍ଚିଭର୍‌ ଆୱାର୍ଡ଼ ଓ ଦ୍ୱିତୀୟ ପର୍ଯ୍ୟାୟରେ ଶିକ୍ଷା, ଚିତ୍ରକଳା, କ୍ରୀଡା, ବ୍ୟବସାୟ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ରଖିଥିବା ବ୍ୟକ୍ତି ବିଶେଷଙ୍କୁ ଝାଡ଼ଖଣ୍ଡ ସେବା ସମ୍ମାନରେ ସମ୍ମାନିତ କରାଯିବ ବୋଲି ଅନୁଷ୍ଠାନର ଅଧ୍ୟକ୍ଷ ରାଜେନ୍ଦ୍ର ପ୍ରସାଦ ପଣ୍ଡା ସୂଚନା ଦେଇଛନ୍ତି । ଆକୃତି ରିମ୍‌ଝିମ୍ ସିହ୍ନାଙ୍କ ସଂଯୋଜନାରେ ଆୟୋଜିତ ହେବାକୁ ଥିବା ଏହି ଜାତୀୟ ସ୍ତରୀୟ କାର୍ଯ୍ୟକ୍ରମରେ ଅତିଥିଭାବେ ଅର୍ଜୁନ ପୁରସ୍କାର ବିଜେତା କ୍ରୀଡାବିତ୍ ଦୁତୀ ଚାନ୍ଦ, ରାଞ୍ଚି ଚ୍ୟାମ୍ବର ଅଫ୍ କମର୍ସର ସଭାପତି କିଶୋର ମନ୍ତ୍ରୀ, ଚଳଚ୍ଚିତ୍ର ଜଗତରୁ ଆନନ୍ଦ ଜଲାନ, ରାଉରକେଲା ଜର୍ଣ୍ଣାଲିଷ୍ଟ ଆସୋସିଏସନ୍‌ର ଉପସଭାପତି ତଥା କବି କୁଞ୍ଜବିହାରୀ ରାଉତ, ରାଜଗାଙ୍ଗପୁରରୁ ସମାଜସେବୀ କମଲ ଅଗ୍ରୱାଲ, ମହାରାଷ୍ଟ୍ରର ଉଜାଲା ୟାମୱର, କଲିକତାରୁ ୨୦୨୧ ମିସ୍ ଇଣ୍ଡିଆ ବିଜେତା ରୁକସନା ଶେଖ୍, ଝାଡ଼ଖଣ୍ଡ ସଂସ୍କୃତି ଓ କଳାକାର ସଂଘର ସମ୍ପାଦକ ଡ. ମେହୁଲ ପ୍ରସାଦ ପ୍ରମୁଖ ଯୋଗଦେବେ ବୋଲି ଜଣାପଡିଛି । ଏହା ସହ ବହୁ ଅଭିଜ୍ଞତା ସମ୍ପର୍ଣ୍ଣ ବିଚାରକ ଯୋଗ ଦେବେ । ଜାତୀୟ ସ୍ତରରେ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ବ୍ୟକ୍ତିମାନଙ୍କୁ ସମ୍ବର୍ଦ୍ଧିତ କରାଯିବ ବୋଲି ଶ୍ରୀ ପଣ୍ଡା ସୂଚନା ପ୍ରଦାନ କରିଛନ୍ତି ।

jittmm
Leave A Reply

Your email address will not be published.