jsm

ଭାଗୀରଥି ନେପାକ ସାହିତ୍ୟ ପରିକ୍ରମା-୨୦୨୨ ସମାରୋହ

csstore

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ଐତିହାସିକ ପୂର୍ଣ୍ଣଚନ୍ଦ୍ର ପାଠାଗାର ସମ୍ମିଳନୀ କକ୍ଷରେ ଅଭିନନ୍ଦନ ସାହିତ୍ୟ ପରିଷଦ ପକ୍ଷରୁ ଡ. ରାଧାକାନ୍ତ ମିଶ୍ରଙ୍କ ସଭାପତିତ୍ୱରେ ଭାଗୀରଥି ନେପାକ ସାହିତ୍ୟ ପରିକ୍ରମା- ୨୦୨୨ ସମାରୋହ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ପଦ୍ମଶ୍ରୀ ନରସିଂହ ପ୍ରସାଦ ଗୁରୁ, ବରେଣ୍ୟ ଅତିଥି ନାଟ୍ୟଭୂଷଣ ଜଗଦାନନ୍ଦ ଛୁରିଆ, ସଂପାଦକ ଦିବାକର ହୋତା ମଂଚାସୀନ ଥିଲେ । ବାଗ୍‌ଦେବୀ ସରସ୍ୱତୀଙ୍କ ଫଟୋଚିତ୍ରରେ ଅତିଥିଗଣ ମାଲ୍ୟାର୍ପଣ କରିବା ପରେ ସଂଗଠନ ସଂପାଦକ ଧର୍ମବ୍ରତ ରଥ ଅତିଥି ପରିଚୟ ପ୍ରଦାନ କରିଥିଲେ । ଲେଖିକା କସ୍ତୁରୀ ରଥ ମଂଚ ପରିଚାଳନା କରିଥିଲେ । ଏହି ଅବସରରେ ଉପସ୍ଥିତ ଅତିଥିବୃନ୍ଦ ବିଶିଷ୍ଟ ନାଟ୍ୟକାର ଅବଦୁଲ ଜମାଲ ଖାନଙ୍କୁ ‘ଭାଗୀରଥି ନେପାକ ସାହିତ୍ୟ ସମ୍ମାନ’ରେ ସମ୍ମାନିତ କରିବା ସହିତ ପ୍ରବୀଣ ଶିକ୍ଷକ ଶିବ ପ୍ରସାଦ ଶତପଥିଙ୍କୁ ‘ଅଭିନନ୍ଦନ ସାହିତ୍ୟ ସମ୍ମାନ’ରେ ସମ୍ମାନିତ କରିଥିଲେ । ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାରେ ତମନ୍ନା ନାଏକ, ସୁଚିସ୍ମିତା ମାହାପାତ୍ର, ଜାଗୃତି ଶତପଥି, ପ୍ରିୟାଂଶି ଷଡଙ୍ଗୀ, ଖୁସି ଅଗ୍ରୱାଲ, ନୈତିକ ନୟନ ଦାଶ, କନକ ମଞ୍ଜରୀ ମହାନନ୍ଦ, ଓଁ ସାଇ ଅବତାର, ଆରତି କୁମାରୀ, ବିଶ୍ୱ ରଂଜନ ମୁଣ୍ଡା, ଶୃତି ଉଦ୍‌ଗାତା ପ୍ରମୁଖ କୃତି ଛାତ୍ରଛାତ୍ରୀମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା । ସଭ୍ୟ ମଦନ ମୋହନ ରଥ, ସାମାଜିକ କର୍ମୀ ଆକୁଳ ବେହେରା କାର୍ଯ୍ୟକ୍ରମ ପରିଚାଳନାରେ ସାହାଯ୍ୟ କରିଥିଲେ । ସତ୍ୟବନ୍ତ ବେଦବାକ, ଡ. ଅଶୋକ ସେଠୀ, ବ୍ରଜରାଜ ପୁରୋହିତ, ଅଶୋକ ମିଶ୍ର, ସତ୍ୟବ୍ରତ ବେହେରା, କପିଳ ପତି, ସୁନାଧର ବନଛୋର, ଦୁର୍ଗାପ୍ରଶନ୍ନ ଛୁରିଆ, ଗୁରୁନାଥ ବ୍ରହ୍ମା, କବିତା ମିଶ୍ର, ନମ୍ରତା ପାଣିଗ୍ରାହୀ, ବାସୁଦେବ ମହାନନ୍ଦ, ସଂଜୟ ଶେଖର ଭୋଇ, ମନୀଷା ଷଡଙ୍ଗୀ, ମିିନି ଉଦ୍‌ଗାତା, ସାରଦା ଶତପଥି, ସୁମିତ ସାହୁ, ସ୍ୱାଗତ ଶତପଥି ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ସୁରେନ୍ଦ୍ର ନେପାକ ଧନ୍ୟବାଦ ଦେଇଥିଲେ ।

yuvodaya
Leave A Reply

Your email address will not be published.