pakka

ସାମାନ୍ୟ କଥାରେ ଉତ୍ୟକ୍ତ ହୋଇ ଯୁବକଙ୍କୁ ଛୁରାମାଡ

bbehera

ପାଟଣାଗଡ଼, (ଅଶୋକ କୁମାର ବାଗ) : ଲୋକ ନିଶାଗ୍ରସ୍ତ ହୋଇ ଅମାନଷିକ କାଣ୍ଡ ଭିଆଉଥିବା ବେଳେ ସାମାନ୍ୟ ବାଇକ୍ ରଖିବା କଥାକୁ ନେଇ ଉଗ୍ରରୂପ ଧାରଣ କରି ଯୁବକଙ୍କୁ ଛୁରାମାଡ଼ ଭଳି ଜଘନ୍ୟ ଅପରାଧ ଘଟିଛି । ସୂଚନା ଅନୁସାରେ ବୁଧବାର ସକାଳ ୧୦ଟାରେ ପାଟଣାଗଡ଼ ଗଙ୍ଗାନଗରଠାରେ ରହୁଥିବା ବାଲିପଟା ଗ୍ରାମର ନିମାଇ ଚରଣ ସାହୁ ନିଜ ଆଧାର ସଂଶୋଧନ ପାଇଁ ପାଟଣାଗଡ଼ କଚେରୀ ଛକ ନିକଟରେ ଥିବା ଆଧାର ସେଣ୍ଟରକୁ ବାଇକ୍ ଯୋଗେ ପହଞ୍ଚି ଥିଲେ । ସେଠାରେ ନିଜ ବାଇକ୍‌କୁ ଦୋକାନ ସମ୍ମୁଖରେ ରଖୁଥିବା ବେଳେ ବାଇକ୍ ରଖିବାକୁ ନେଇ ପାଟଣାଗଡ଼ ବାବାଜୀପଡ଼ାର ନରହରି ଦାସ, ଓରଫ ଜେନା ଦାସ ଓ ନିମାଇଁଙ୍କ ମଧ୍ୟରେ ବଚସା ହୋଇଥିଲା । ଏଥିରେ ଜେନା ଦାସ ଉତ୍ତ୍ୟକ୍ତ ହୋଇ ବାଲିପଟାର ନିମାଇଁ ସାହୁଙ୍କ ଉପରେ ଛୁରାମାଡ଼ କରିଥିଲେ । ଫଳରେ ନିମାଇ ସାହୁଙ୍କ ମୁଣ୍ଡରେ ଗୁରୁତର ଆଘାତ ହୋଇଥିବା ବେଳେ ତାଙ୍କୁ ସ୍ଥାନୀୟ ଲୋକ ଉଦ୍ଧାର କରି ପାଟଣାଗଡ ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି । ପୋଲିସ ଛୁରାମାଡ଼ କରିଥିବା ଅଭିଯୁକ୍ତ ଜେନା ଦାସଙ୍କୁ ଗିରଫ କରିଥିବା ବେଳେ ବ୍ୟବହୃତ ହୋଇଥିବା ଛୁରାକୁ ଜବତ କରିଥିବା ଜଣାପଡିଛି । ଏନେଇ ପାଟଣାଗଡ଼ ଥାନା କେସ ନଂ ୧୨୭/୨୦୨୪ରେ ଏକ ମାମଲା ରୁଜୁ କରି ଅଭିଯୁକ୍ତ ଦାସଙ୍କୁ କୋର୍ଟ ଚାଲାଣ କରାଯାଇଥିବା ବେଳେ ତାର ଜାମିନ ନାମଞ୍ଜୁର ହେବାରୁ ତାକୁ ବିଚାର ବିଭାଗୀୟ ହାଜତକୁ ପଠେଇ ଦିଆଯାଇଥିବା ପାଟଣାଗଡ ଥାନା ଅଧିକାରିଣୀ ତାରାବତୀ ପଧାନ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.

3 × 4 =