pakka

କାର୍ ଧକ୍କାରେ ଜଣେ ମୃତ : ୨ ଜଣ ଗୁରୁତର

bbehera

ଗୋପ : କୋଣାର୍କ ରାସ୍ତାର ବାୟାକୁଦା ନିକଟରେ ମର୍ମନ୍ତୁଦ ଦୁର୍ଘଟଣା । ଗୁରୁବାର ସକାଳୁ ଏକ କାର୍ ଦୁଇ ମହିଳାଙ୍କୁ ଧକ୍କା ଦେଇ ପରେ ଏକ ବାଇକ୍‌କୁ ପିଟି ଦେଇଥିଲା । ଏହି ଦୁର୍ଘଟଣାରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଗୁରୁତର ହୋଇଛନ୍ତି । ମୃତକ ଜଣଙ୍କ ହେଉଛନ୍ତି ବଡମଠ ଗ୍ରାମର ରେଣୁବାଳା ବେହେରା । ସୂଚନାଅନୁଯାୟୀ, ଗୋପ ବାୟାକୁଦାର ରେଣୁବାଳା ବେହେରା ଓ ରଞ୍ଜିତା ପ୍ରଧାନ ଭୋରୁ ରାସ୍ତା କଡରେ ଫୁଲତୋଳୁ ଥିବା ବେଳେ ଗୋପ ପଟୁ ଆସୁଥିବା ଏକ କାର୍‌ ତାଙ୍କୁ ଧକ୍କା ଦେଇଥିଲା । ପରେ କାର୍‌ଟି ଭାରସାମ୍ୟ ହରାଇ କୋଣାର୍କ ପଟୁ ଆସୁଥିବା ଏକ ବାଇକ୍‌କୁ ମଧ୍ୟ ଧକ୍କା ଦେଇଥିଲା । ଫଳରେ ରେଣୁବାଳାଙ୍କ ମୃତ୍ୟୁ ଘଟିଥିବା ବେଳେ ରଞ୍ଜିତା ପ୍ରଧାନ ଏବଂ ବାଇକ୍‌ ଆରୋହୀ ନିରଞ୍ଜନ ପ୍ରଧାନ ଗୁରୁତର ହୋଇଛନ୍ତି । ଗୋପ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ଗୁରୁତରଙ୍କୁ ପ୍ରଥମେ ଗୋପ ମେଡିକାଲ୍‌ରେ ଭର୍ତି କରିଥିଲେ । ଦୁଇ ଗୁରୁତରଙ୍କୁ ଭୁବନେଶ୍ୱର ସ୍ଥାନାନ୍ତରିତ କରଯାଇଛି । ଘଟଣା ସ୍ଥଳରେ ଗୋପ ପୋଲିସ ପହଞ୍ଚି ତଦନ୍ତ ଜାରି କରୁଥିବା ବେଳେ ଦୁର୍ଘଟଣା ଘଟାଇ କାର୍‌ ଡ୍ରାଇଭର ଛୁ ମାରିଛି ।

jay balangir
Leave A Reply

Your email address will not be published.

18 − 3 =

error: Content is protected !!