pakka

ହାଟପଦାପଡ଼ାର ସଚ୍ଚିକାନ୍ତ ରଥଙ୍କ ହୃଦ୍‌ଘାତରେ ବିୟୋଗ : ଅଞ୍ଚଳରେ ଶୋକାକୁଳ ପରିବେଶ

bbehera

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ ହାଟପଦାପଡ଼ା ନିବାସୀ ସଚିକାନ୍ତ ରଥଙ୍କ ବୁଧବାର ରାତି ହୃଦ୍‌ଘାତରେ ଅକାଳ ବିୟୋଗ ଘଟିଛି । ତାଙ୍କର ବିୟୋଗ ଖବର ପ୍ରଚାରିତ ହେବା ପରେ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି । ସେ ଜଣେ ଭଦ୍ର, ଉଚ୍ଚ ଶିକ୍ଷିତ, ଶାନ୍ତି ପ୍ରିୟ, ଧର୍ମ ପରାୟଣ, ସନାତନ ସଂସ୍କୃତି ପ୍ରେମୀ ତଥା ମେଳାପି ବ୍ୟକ୍ତି ବିଶେଷ ଥିଲେ । ଆର୍‌ଏମ୍‌ସି ଚାକିରୀରୁ ଅବସର ନେବା ପରେ ଘରେ ରହି ସମାଜ ସେବା କ୍ଷେତ୍ରରେ ଦିନ ବିତାଉ ଥିଲେ । ହାଟପଦାପଡ଼ାର ଜଣେ ଭଲ ସଂଗଠକ, ମାର୍ଗ ଦର୍ଶକ ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ । ଏଭଳି ବ୍ୟକ୍ତିଙ୍କୁ ହରାଇ ଆଜି ବହୁତ ଲୋକ ଦୁଃଖରେ ଭାଙ୍ଗି ପଡିଛନ୍ତି । ହାଟପଦା ବଣଭୋଜି, ଦୁର୍ଗା ପୂଜା, ପ୍ରହରୀ ତଥା ପଡ଼ାର ଯେ କୌଣସି କାର୍ଯ୍ୟରେ ସେ ଆଗ ଛିଡା ହେଉଥିଲେ । ଆଜି ତାଙ୍କର ବିୟୋଗରେ ତାଙ୍କୁ ଭଲ ପାଉଥିବା ସମସ୍ତ ଲୋକ ତାଙ୍କ ପରିବାରକୁ ସମବେଦନା ଜଣାଇବା ସହ ତାଙ୍କ ଆତ୍ମାର ସଦଗତି ନିମନ୍ତେ ପ୍ରାର୍ଥନା କରୁଛନ୍ତି ।

jay balangir
Leave A Reply

Your email address will not be published.

fourteen + 7 =

error: Content is protected !!