ପିତୃ ଦିବସ ଅବସରରେ ସମାଜସେବୀଙ୍କ ଦ୍ଵାରା ଫଳ ବଣ୍ଟନ

ବେଲପଡା, (ଅଜିତ କୁମାର ସାହୁ) : ପିତୃ ଦିବସ ଅବସରରେ ଅନେକ ଲୋକ ଅନେକ କାର୍ଯ୍ୟକ୍ରମ କରୁଥିବା ନଜରକୁ ଆସିଛି । କିଏ ପିତୃ ଲୋକଙ୍କ ତିଳ ତର୍ପଣ କରିଥାନ୍ତି ତ କିଏ ଗଙ୍ଗାରେ ଗଙ୍ଗା ଶ୍ରାଦ୍ଧ, ବାଳ ଭୋଜନ କରିଥାନ୍ତି ପିତୃ ଲୋକଙ୍କ ଆତ୍ମାର ସଦଗତି କାମନା ସକାଶେ । କିନ୍ତୁ ଏମିତି ଜଣେ ମଣିଷ ଅଛନ୍ତି ଯିଏ କି ମାନବ ଧର୍ମକୁ ବେଶି ଭଲ ପାଆନ୍ତି ଓ ମାନବ ସେବା ହିଁ ମାଧବ ସେବା ବୋଲି ବିଶ୍ୱାସ କରନ୍ତି । ଆଜି ପିତୃ ଦିବସ ଅବସରରେ ବେଲପଡା ଡାକ୍ତରଖାନାରେ କୋଶଲ ରାଜ୍ୟ ସଂମନ୍ଵୟ ସମିତି ବେଲପଡା ବ୍ଲକ ସଭାପତି ତଥା ସେବା ଚେରିଟେବୁଲ ଟ୍ରଷ୍ଟର ବରିଷ୍ଠ ସଦସ୍ୟ ଶ୍ରୀଯୁକ୍ତ ଜନାର୍ଦନ ସିଂଙ୍କ ନିଜସ୍ୱ ଉଦ୍ୟମରେ ଡାକ୍ତରଖାନାରେ ଥିବା ରୋଗୀ ଓ ତାଙ୍କ ପରିଜନ ମାନଙ୍କୁ ଫଳମୂଳ, ବିସ୍କୁଟ, ପାଉଁରୁଟି, ଚକୋଲେଟ ବଣ୍ଟନ କରିଥିଲେ । ବଣ୍ଟନ କାର୍ଯ୍ୟକ୍ରମରେ ବନମାଳୀ ନାଏକ, ଜିତୁ ନାଏକ ଲୋମ୍ବଦର ନାଏକ, ପ୍ରମୁଖ ସହଯୋଗ କରିଥିଲେ । ସପ୍ତାହନ୍ତ ସଟଡାଉନ ଥିବା ଯୋଗୁଁ ଦୋକାନ ବଜାର ବନ୍ଦ ରହିଛି ତେଣୁ ଡାକ୍ତଖାନାରେ ନିର୍ଭର କରୁଥିବା ଜନସାଧାରଣଙ୍କୁ କିଛି ମାତ୍ରାରେ ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି । ଏହି କାର୍ଯ୍ରକ୍ରମକୁ ବୁଦ୍ଧିଜୀବୀ ମହଲରେ ବେଶ ପ୍ରଶଂସନୀୟ କାର୍ଯ୍ୟ ବୋଲି ଚର୍ଚ୍ଚା କରୁଛନ୍ତି ।

Leave A Reply

Your email address will not be published.

16 − 13 =