pakka

ଅଧିକାଂଶ ସମୟରେ ଜିଓ ମୋବାଇଲ ଓ ନେଟ୍‌ୱାର୍କ ରହୁଛି ଫେଲ୍‌ : ଅଂଚଳବାସୀଙ୍କ ମଧ୍ୟରେ ବଢୁଛି ଅସନ୍ତୋଷ, ସମସ୍ୟାର ସମାଧାନ ପାଇଁ ଦାବୀ

bbehera

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ଖପ୍ରାଖୋଲ ବ୍ଲକ ଅଂଚଳରେ ଜିଓ ମୋବାଇଲ ଓ ଇଣ୍ଟର୍‌ନେଟ ସେବାରେ ଅନିୟମିତତା ଲାଗି ରହିଥିବାରୁ ଉପଭୋକ୍ତାମାନେ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ସମସ୍ୟାର ସମାଧାନ ପାଇଁ ବିଭାଗୀୟ କର୍ତ୍ତୃପକ୍ଷଙ୍କ ନିକଟରେ ବାରମ୍ବାର ଅଭିଯୋଗ କଲେ ମଧ୍ୟ ଏ ନେଇ କୌଣସି ସୁଫଳ ମିଳୁନାହିଁ । ଫଳରେ ଅଂଚଳବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଗତ ଏକବର୍ଷ ହେବ ଜିଓ ମୋବାଇଲ ଓ ଇଣ୍ଟର୍‌ନେଟ ସେବାରେ ଏହି ସମସ୍ୟା ଲାଗିରହିଥିବା ଦେଖିବାକୁ ମିଳିଛି । ଅଧିକାଂଶ ସମୟରେ ଜିଓ ଟାୱାର ରହୁନଥିବାରୁ ମୋବାଇଲ ସେବା ଗୁରୁତର ଭାବେ ବାଧାପ୍ରାପ୍ତ ହେଉଛି । ଏଥିପାଇଁ ସରକାରୀ ପଦାଧିକାରୀ, ବ୍ୟବସାୟୀଙ୍କଠାରୁ ଆରମ୍ଭ କରି ସାଧାରଣ ଜନତା ପର୍ଯ୍ୟନ୍ତ ସମସ୍ତେ ହନ୍ତସନ୍ତ ହେଉଛନ୍ତି । ଶନିବାର ଦିନ ୧୧ଟାରୁ ଦିନ ୨ଟା ପର୍ଯ୍ୟନ୍ତ ଜିଓ ଟାୱାର ସମ୍ପୂର୍ଣ୍ଣ ଭାବେ ଅଚଳ ରହିଥିଲା ଫଳରେ ସମସ୍ତ କାର୍ଯ୍ୟଠପ୍‌ ହୋଇଯାଇଥିଲା । ଜିଓ ଇଣ୍ଟର୍‌ନେଟ ବିଭିନ୍ନ ସମୟରେ ଫେଲ ରହୁଥିବା ଦେଖିବାକୁ ମିଳିଛି । ଇଣ୍ଟର୍‌ନେଟ ରହିଲେ ମଧ୍ୟ ଏହା ଧିମା ଗତିରେ ଚାଲୁଥିବାରୁ ନେଟ୍‌ ଉପରେ ନିର୍ଭର କରୁଥିବା ଲୋକେ ହଇରାଣ ହେଉଛନ୍ତି । ଇଣ୍ଟର୍‌ନେଟ ଫେଲ ରହିବା ସମୟରେ ବିଭିନ୍ନ ଶିକ୍ଷାନୁଷ୍ଠାନ, ଥାନା, ଡାକ୍ତରଖାନା ସମେତ ସରକାରୀ ତଥା ବେସରକାରୀ କାର୍ଯ୍ୟ ଗୁରୁତର ଭାବେ ବାଧାପ୍ରାପ୍ତ ହେଉଛି । ଆଜିକାଲି ଅଧିକାଂଶ କାମ ଅନ୍‌ଲାଇନରେ ହେଉଥିବାରୁ ଇଣ୍ଟର୍‌ନେଟ ଫେଲ ରହୁଥିବା ସମୟରେ ଉପଭୋକ୍ତାମାନଙ୍କୁ ବିଭିନ୍ନ କମ୍ପ୍ୟୁଟର ସେଣ୍ଟରରେ ଘଂଟା ଘଂଟା ଅପେକ୍ଷା କରିବାକୁ ପଡୁଛି । ସେହିପରି ଜାତି, ଆୟ, ବାସସ୍ଥାନ ଆଦି ପ୍ରମାଣପତ୍ର ପାଇବା ପାଇଁ ସାଧାରଣ ଜନତାଙ୍କୁ ବାରମ୍ବାର ଦୌଡିବାକୁ ପଡୁଛି । ନେଟ୍‌ ଫେଲ ରହୁଥିବାରୁ ବ୍ୟାଙ୍କର ଲିଙ୍କ ଫେଲ ରହୁଥିବା ବେଳେ ବ୍ୟାଙ୍କ ଏବଂ ସିଏସ୍‌ପିକୁ ଆସୁଥିବା ଗ୍ରାହକମାନେ ଘଂଟା ଘଂଟା ଧରି ଅପେକ୍ଷା କରି ରହୁଛନ୍ତି । ପୂର୍ବରୁ ଇଣ୍ଟର୍‌ନେଟ ସେବା ଠିକ୍‌ ଚାଲିଥିବା ବେଳେ ମୋବାଇଲ ସେବା ସହିତ ଭିଡିଓ ଆଦି ବିଭିନ୍ନ ଆପ୍‌ ବ୍ୟବହାର କାର୍ଯ୍ୟ ସୁରୁଖୁରୁରେ ହେଉଥିଲା । ମାତ୍ର ଏବେ ଇଣ୍ଟର୍‌ନେଟ ଖୁବ୍‌ ଧିର ଗତିରେ ଚାଲୁଥିବାରୁ ଗ୍ରାହକମାନଙ୍କର ଚିନ୍ତା ବଢାଇ ଦେଇଛି । ଗତ ଏକବର୍ଷ ଧରି ଏହି ସମସ୍ୟା ଲାଗି ରହିଥିବା ବେଳେ ଏହାର ସମାଧାନ କରିବା ପାଇଁ ଅଂଚଳବାସୀଙ୍କ ପକ୍ଷରୁ ବାରମ୍ବାର ଦାବି ହୋଇଆସୁଛି । ମାତ୍ର ବିଭାଗୀୟ କର୍ତ୍ତୃପକ୍ଷଙ୍କ ଖାମ୍‌ଖିଆଲି ମନୋଭାବ ଯୋଗୁଁ ସମସ୍ୟା ସମାଧାନ ପରିବର୍ତ୍ତେ ଏହା ଦିନକୁ ଦିନ ବଢିବାରେ ଲାଗିଛି । ଏନେଇ ଜିଓ ହେଲ୍‌ଲ୍ପଲାଇନ ଅଧିକାରୀ ସତ୍ୟ ପରିଡାଙ୍କୁ ପଚାରିବାରୁ ଖପ୍ରାଖୋଲ ଅଂଚଳରେ ନେଟ୍‌ୱାର୍କ ସେବା ଧିମା ଗତିରେ ଚାଲୁଥିବାକୁ ନେଇ ସେ ସ୍ୱୀକାର କରିଥିଲେ । ଗ୍ରାହକଙ୍କ ସଂଖ୍ୟା ବୃଦ୍ଧି ପାଇଥିବାରୁ ଇଣ୍ଟର୍‌ନେଟ ସମସ୍ୟା ଦେଖାଦେବା ଅନ୍ୟତମ କାରଣ ବୋଲି ସେ କହିଛନ୍ତି । ତେବେ ଦୁଇଘଂଟା ମଧ୍ୟରେ ସମସ୍ୟାର ସମାଧାନ ହୋଇଯିବ ବୋଲି ସେ ପ୍ରତିଶ୍ରୁତି ଦେଇଥିଲେ । ଜିଲ୍ଲା ପ୍ରଶାସନ ଏହି ସମସ୍ୟାର ସମାଧାନ ପ୍ରତି ଦୃଷ୍ଟି ଦେବାକୁ ଅଂଚଳବାସୀଙ୍କ ପକ୍ଷରୁ ଦାବୀ ହୋଇଛି ।

jay balangir
Leave A Reply

Your email address will not be published.

1 × one =

error: Content is protected !!