ରାଉରକେଲା, (ସସ୍ମିତା ପ୍ରଧାନ) : ଅଖିଳ ଭାରତୀୟ ସାହିତ୍ୟ ପରିଷଦ ସାରନଗରୀ ଶାଖାର ମାସିକ ସାରସ୍ଵତ ସମାବେଶରେ ସ୍ନାନ ମଣ୍ଡପରୁ ନିଳାଦ୍ରୀ ବିଜେ ଆଲୋଚନା ଚକ୍ର ଓ ଭାବରେ ଭାବରେ ଶ୍ରୀଜଗନ୍ନାଥ ଶୀର୍ଷକ ଉପରେ କବିତା ପାଠୋତ୍ସବ କାର୍ଯ୍ୟକ୍ରମ ଆଇଡିଏଲ୍ ନିକଟସ୍ଥ ଚିନ୍ମୟ ଏକାଡେମୀ ଠାରେ ଅନୁଷ୍ଠିତ ହୋଇଯାଇଛି । ଶାଖାର କାର୍ଯ୍ୟକାରୀ ସଭାପତି ତଥା ଚିନ୍ମୟ ଏକାଡେମୀର ନିର୍ଦ୍ଦେଶକ ଶିକ୍ଷାବିତ ତ୍ରିନାଥ ଦାଶ ମୋହିନୀଙ୍କ ସଭାପତିତ୍ୱ ଓ ଉପସଭାପତି ସୁବାସ ଚନ୍ଦ୍ର ପାତ୍ରଙ୍କ ଆବାହକତ୍ଵ ଓ ସହ ସମ୍ପାଦିକା ଶୁଚିସ୍ମିତା ପଣ୍ଡାଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ରାଜ୍ୟପାଳ ପୁରସ୍କାରପ୍ରାପ୍ତ ପ୍ରଧାନ ଶିକ୍ଷକ ପ୍ରବୀର କୁମାର ଦୁବେ ମୁଖ୍ୟ ଅତିଥି, ରାଜ୍ୟପାଳ ପୁରସ୍କାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ତଥା କବୀ ବିଜୟିନୀ ଜେନା ବିଷୟ ବିଶେଷଜ୍ଞ ଓ ଅନ୍ୟତମ ସହ ସମ୍ପାଦିକା ଶ୍ୱେତଲିନା ଶତପଥୀ ସମ୍ମାନିତ ବକ୍ତା ଭାବେ ଯୋଗଦେଇ ଆଲୋଚ୍ୟ ପ୍ରସଙ୍ଗରେ ବକ୍ତବ୍ୟ ରଖିଥିଲେ । ଅତିଥିମାନେ ସେମାନଙ୍କ ବକ୍ତବ୍ୟରେ ମହାପ୍ରଭୁଙ୍କ ସ୍ନାନ, ଗୋଟି ପହଣ୍ଡି ଓ ଧାଡି ପହଣ୍ଡି, ପ୍ରତ୍ୟକ୍ଷ ଓ ପରୋକ୍ଷ ସ୍ନାନ, ଶ୍ରୀ ଜଗନ୍ନାଥଙ୍କ ମାନବୀୟ ଲୀଳା, ତାଙ୍କ ଲୀଳା କିପରି ରହସ୍ୟାବୃତ୍ତ, ସେ କିପରି ଆମ ପ୍ରାଣର ସାହିତ୍ୟ ସଂସ୍କୃତିର ମୂଳ ଆଧାର ସେ ସମ୍ପର୍କରେ ବ୍ୟାପକ ଆଲୋଚନା କରିଥିଲେ । ସେହିପରି ଶୁଚିସ୍ମିତାଙ୍କ ସଂଯୋଜନାରେ କବିତା ଆସରରେ କରୁଣାକର ସାହୁ, ଶ୍ରୀନାଥ ଚନ୍ଦ୍ର ନାୟକ, ସୁବର୍ଣ୍ଣା ଦତ୍ତ, ଆରତୀ ବେହେରା, ସୁନିତା ସାହୁ, ଲକ୍ଷ୍ମୀପ୍ରିୟା ସାହୁ, ସବିତା ଦାସ, ସାହିଲ ପ୍ରଧାନ, ଶ୍ୱେତଲିନା ଶତପଥୀ, ଶୁଚିସ୍ମିତା ପଣ୍ଡା ପ୍ରମୁଖ କବିତା ପାଠ କରିଥିଲେ । ଶେଷରେ ମହାନଗର ସଂଗଠନ ସମ୍ପାଦକ କୁଞ୍ଜବିହାରୀ ରାଉତ ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ମାନସୀ ସାହୁ, ମାଧୁରୀ ପ୍ରଧାନ, ପ୍ରତିଭା ଦାଶ ମୋହିନୀ, ରୀତାରାଣୀ ପ୍ରଧାନ, ଅନ୍ନପୂର୍ଣ୍ଣା ଟୁଡୁ, ମନୋଜ କୁମାର ଚୌଧୁରୀ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।
