
ପୁଇଁତଲା, (କେପିଏନ୍ଏସ୍) : ପୁଇଁତସ୍ଲା ବ୍ଲକ ଶିକ୍ଷା କାର୍ଯ୍ୟାଳୟ ଆନୁକୂଲ୍ୟରେ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ, ଦୁର୍ଗାପାଲି ଠାରେ ବ୍ଲକ ସ୍ତରୀୟ ବାଲ ବୈଜ୍ଞାନିକ ପ୍ରଦର୍ଶନୀ, ପିଏମ୍ ଶ୍ରୀ ପ୍ରଦର୍ଶନୀ ଏବଂ ଏନର୍ଜି କ୍ଲବ ମଡେଲ ପ୍ରଦର୍ଶନୀ ୨୦୨୬ ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରଦର୍ଶନୀରେ ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀ ଓ ଶିକ୍ଷକମାନେ ଯୋଗଦେଇ ବିଜ୍ଞାନ ଏବଂ ଶକ୍ତି ସଂରକ୍ଷଣ ଭିତ୍ତିକ ୨୦୮ଟି ପ୍ରକଳ୍ପ ପ୍ରଦର୍ଶନ କରିଥିଲେ । କାର୍ଯ୍ୟକ୍ରମରେ ବଲାଙ୍ଗିର ଜିଲ୍ଲା ଶିକ୍ଷା ଅଧିକାରୀ ସୁଧାଂଶୁ ଶେଖର ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ପୁଇଁତଲା ବ୍ଲକ ଶିକ୍ଷା ଅଧିକାରୀ ରତ୍ନମୟୀ ପୁରୋହିତ ସଭାରେ ସଭାପତିତ୍ୱ କରିଥିଲେ । ସମ୍ମାନିତ ଅତିଥି ଭାବେ ସରପଞ୍ଚ ଶ୍ରୀମତୀ ଜନନୀ ମହାଲିଙ୍ଗ, ସହକାରୀ ବ୍ଲକ୍ ଶିକ୍ଷା ଅଧିକାରୀ ଲକ୍ଷ୍ମଣ ପ୍ରଧାନ, ତ୍ରିନାଥ ପାତ୍ର, ଜିଲ୍ଲା ବିଜ୍ଞାନ ତତ୍ୱାବଧାରକ କୃଷ୍ଣଚନ୍ଦ୍ର ଶତପଥୀ, ଜଗଦୀଶ ମିଶ୍ର , ବିଦ୍ୟାଳୟ ପରିଚାଳନା କମିଟି ଅଧ୍ୟକ୍ଷ ରତ୍ନମଣି ପଟେଲ, ସମସ୍ତ ସିଆର୍ସିସି, ଶିକ୍ଷକ ଶିକ୍ଷୟିତ୍ରୀ ପ୍ରମୁଖ ଉପସ୍ଥିତ ଥିଲେ । ସ୍ଥାନୀୟ ପ୍ରଧାନଶିକ୍ଷକ ରାଜକୁମାର ଭୋଇ ଆୟୋଜକ ସମ୍ପାଦକ ଏବଂ ବୁବେଲ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷା ଗିରିଜା ବାଙ୍କି ଆବାହକ ଭାବେ ଦାୟିତ୍ୱ ତୁଳାଇଥିଲେ । ଛତାପିପଲ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ତଥା ବିଜ୍ଞାନ ସଂଯୋଜକ ଜୟକୃଷ୍ଣ ନାଏକ ଏବଂ ନାରାୟଣ ମିଶ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଶେଷରେ ଯୁଧିଷ୍ଠିର ବରିହା ଧନ୍ୟବାଦ ଅର୍ପଣ କରିଥିଲେ ।