csstore

ଶଳାବୁଢା ଅଟଲ ବିହାରୀ ପଣ୍ଡାଙ୍କ ଜନ୍ମ ଜୟନ୍ତୀ ସମାରୋହ

ବରଗଡ, (ନିରୋଜ କୁମାର ପାଣୀ) : ବରପାଲି ବ୍ଲକ ଅନ୍ତର୍ଗତ ସମଲେଶ୍ୱରୀ ବିହାରଠାରେ ଫାର୍ମାସିଷ୍ଟ କଲେଜର ସଭା ଗୃହରେ ସ୍ୱର୍ଗତ ଅଟଲ ବିହାରୀ ପଣ୍ଡାଙ୍କ ଜନ୍ମ ଜୟନ୍ତୀ ସମାରୋହ ଅଧ୍ୟକ୍ଷ ଅନ୍ନବାଦିତ୍ୟ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଶଳା ବୁଢା, ଆଦିମ୍‌ ବିଚାର୍‌ ଓ ଶଳା ବୁଢ଼ାର୍‌ ବଦ୍‌ଲା ସମ୍ବଲପୁରୀ ଫିଲ୍ମର ଅଭିନେତା ତଥା ଅନ୍ତର୍ଜାତୀୟ ପୁରସ୍କାର ପ୍ରାପ୍ତ ଅଟଲ ବିହାରୀ ପଣ୍ଡାଙ୍କ କଲେଜର ଚେୟାରମେନ ନରେନ୍ଦ୍ର କୁମାର ହୋତା ମୁଖ୍ୟ ଅତିଥି ଭାବରେ ଯୋଗଦାନ କରିଥିବା ବେଳେ ଶଳା ବୁଢ଼ାର ଭଣଜା ତଥା ବିଶିଷ୍ଟ କଳାକାର ସୌମ୍ୟରଞ୍ଜନ ପୂଜାରୀ ମୁଖ୍ୟ ବକ୍ତା ଭାବରେ ଯୋଗଦାନ କରି ସ୍ୱର୍ଗତ ପଣ୍ଡାଙ୍କ ଜୀବନୀ ଦର୍ଶନ ଉପରେ ଆଲୋକପାତ କରିଥିଲେ ଓ ତାଙ୍କର ଅମର କାହାଣୀ ଉପରେ ଆଧାରିତ ଭିଡ଼ିଓଗ୍ରାଫି ଦେଖାଇଥିଲେ । ଏଥିରେ ନାଟ୍ୟଶ୍ରୀ ହର୍ଷ ବେହେରା ଓ କଣ୍ଠଶିଳ୍ପୀ ଚିନ୍ତାମଣି ପଧାନଙ୍କୁ ମାନପତ୍ର ସହ ଉପଢୌକନ ଦେଇ ସମନ୍ୱିତ କରାଯାଇଥିଲା । କଲେଜର ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀ ଓ ଛାତ୍ରଛାତ୍ରୀମାନେ ସହଯୋଗ କରିଥିଲେ । ଶେଷରେ ଅଧ୍ୟାପକ ଶ୍ରୀମନ୍ତ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ ।

jayashree
Leave A Reply

Your email address will not be published.