csstore

ଯୁବ ସାମ୍ବାଦିକ ଅରିନ୍ଦମଙ୍କ ଅକାଳ ବିୟୋଗରେ ସଇଁନ୍ତଲା ସାମ୍ବାଦିକ ସଂଘ ପକ୍ଷରୁ ଗଭୀର ଶୋକ ସଭା

ସଇଁନ୍ତଲା, (ଅଜିତ କୁମାର ସାହୁ) : ଜନ୍ମ ମୃତ୍ୟୁ କେବେ ଓ କେଉଁ ସମୟରେ ହେବ କେହିଁ କହି ପାରନ୍ତି ନାହିଁ । ମଣିଷ ଜୀବନରେ କେତେବେଳେ କେଉଁ ଘଟଣା ଘଟିବ ତାହା ମଧ୍ୟ କହି ହେବ ନାହିଁ । କିନ୍ତୁ ଓଟିଭିର କାର୍ଯ୍ୟରତ ଯୁବ ସାମ୍ବାଦିକ ଅରିନ୍ଦମ ଦାସଙ୍କ ଅକାଳ ବିୟୋଗ ଗତକାଲି ଘଟିଥିବା ବେଳେ ସାରା ରାଜ୍ୟରେ ଶୋକର ଛାୟା ଖେଳିଯାଇଛି । ଏନେଇ ଆଜି ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ସାମ୍ବାଦିକ ସଂଘ ପକ୍ଷରୁ ସ୍ଥାନୀୟ ଶ୍ରୀରାମ ମନ୍ଦିର ନିକଟରେ ବରିଷ୍ଠ ସାମ୍ବାଦିକ ଦୟାନିଧି ସାହୁଙ୍କ ଅଧ୍ୟକ୍ଷତାରେ ଫଟୋ ଚିତ୍ର ଆଗରେରେ କ୍ୟାଣ୍ଡେଲ ଜାଳି ଗଭୀର ଶୋକ ପ୍ରକାଶ କରାଯାଇଥିଲା । ଓଡ଼ିଶାର ସାମ୍ବାଦିକତା ଜଗତ ପାଇଁ ଏହା ଏକ ଅପୂରଣୀୟ କ୍ଷତି ବୋଲି ଗଣନା କରାଯାଇଛି । ତାଙ୍କ ଅମର ଆତ୍ମାର ସଦ୍‌ଗତି କାମନା କରିବା ନିମନ୍ତେ ଦୁଇ ମିନଟ ନୀରବ ପ୍ରାର୍ଥନା କରାଯାଇଥିଲା ।ଏଥିରେ ସାମ୍ବାଦିକ ଦେବେନ୍ଦ୍ର ଯୋଶୀ, ଆଲୋକ ସାହୁ, ତରୁଣ ବେହେରା, ନାରାୟଣ ସାହୁ, ଅଭିନାଶ ନନ୍ଦ, ଗୋକୁଳାନନ୍ଦ ବଗର୍ତ୍ତି, ଅଜିତ କୁମାର ସାହୁ, ପ୍ରଶାନ୍ତ ମେହେର ପ୍ରମୁଖ ଉପସ୍ଥିତ ରହି ସ୍ୱର୍ଗତ ଆତ୍ମାଙ୍କ ସ୍ମୃତିପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ।

jayashree
Leave A Reply

Your email address will not be published.