csstore

ଜଗଦଲପୁର ମଣ୍ତଳରେ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ଜନ୍ମ ଜୟନ୍ତୀ ପାଳିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ଭାରତୀୟ ଜନତା ପାର୍ଟି ପଦ୍ମପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଜଗଦଳପୁର ମଣ୍ଡଳର ନିଳଜୀପତ୍ରା ଠାରେ ମଣ୍ଡଳ ସ୍ତରୀୟ, ସ୍ୱର୍ଗୀୟ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଜୀଙ୍କର ଜନ୍ମ ଜୟନ୍ତୀ ପାଳନ କରାଯାଇଛି । ବରଗଡ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ମୁକ୍ତା ସାହୁ ଉକ୍ତ ଜୟନ୍ତୀ ପାଳନ ଅବସରରେ ପହଞ୍ଚି ପଣ୍ଡିତ ଦିନ ଦୀନଦୟାଲଙ୍କର ଜୀବନୀ, ଶିକ୍ଷା, ଦେଶସେବା, ରାଜନୀତି ତଥା ସାଙ୍ଗଠନିକ ସେବା ଉପରେ ସରଳ ଭାଷାରେ ଉପସ୍ଥାପନ କରିଥିଲେ । ଜୟନ୍ତୀ ପାଳନ ଅବସରରେ ମଣ୍ଡଳ ସଭାପତି ହରେକୃଷ୍ଣ ପଟେଲ, ଜିଲ୍ଲା କୃଷକ ମୋର୍ଚ୍ଚା ସାଧାରଣ ସମ୍ପାଦକ ମଦନ ମୋହନ ପଟେଲ, ମଣ୍ଡଳ ସାଧାରଣ ସମ୍ପାଦକ ପଦ୍ମନ ରଣା, ଯୁବମୋର୍ଚ୍ଚା ସଭାପତି ଜୟପ୍ରକାଶ ପ୍ରଧାନ, ଉପସଭାପତି ମନବୋଧ ପଟେଲ, କୋଷାଧକ୍ଷ ଗିରିଧର ପଟେଲ, ଜିଲ୍ଲା କୃଷକ ମୋର୍ଚ୍ଚା ସଦସ୍ୟ ତ୍ରିଲୋଚନ ସାହୁ, ପଦ୍ମଲୋଚନ ବେରିଆ, ମ୍ୟାନେଜେର ପଟେଲ ଆଦି ଅନେକ କାର୍ଯ୍ୟକର୍ତ୍ତା ଯୋଗଦାନ କରିଥିଲେ ।

jayashree
Leave A Reply

Your email address will not be published.