ଇସ୍ପାତ ସାହିତ୍ୟ ସଂସଦର ୫୩ତମ ବାର୍ଷିକୋତ୍ସବ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲାର ଅଗ୍ରଣୀ ସାହିତ୍ୟାନୁଷ୍ଠାନ ଇସ୍ପାତ ସାହିତ୍ୟ ସଂସଦର ୫୩ତମ ବାର୍ଷିକୋତ୍ସବ ସେକ୍ଟର ୭ ସ୍ଥିତ ସଂସଦ ଭବନଠାରେ ଅନୁଷ୍ଠିତ ହୋଇଯାଇଛି । ସଂସଦର ସଭାପତି ବ୍ରଜେନ୍ଦ୍ର ଦାଶଙ୍କ ସଭାପତିତ୍ୱ ସାଧାରଣ ସମ୍ପାଦକ ନୃସିଂହ ଚରଣ ବିଶ୍ୱାଳଙ୍କ ଆବାହକତ୍ଵ ତଥା ବିଭୁପ୍ରସାଦ ନାୟକଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବରେଣ୍ୟ ଅତିଥିଭାବେ ଆରଏସପି ଅବସରପ୍ରାପ୍ତ କର୍ମଚାରୀ ସଂଘର ସଭାପତି ଇଂ ଅଭୟ କୁମାର ଦାସ ଓ ମୁଖ୍ୟବକ୍ତା ଭାବେ କେନ୍ଦ୍ର ସାହିତ୍ୟ ଏକାଡେମୀ ଯୁବ ପୁରସ୍କାର ପ୍ରାପ୍ତ ପ୍ରାବନ୍ଧିକ ତଥା ସମାଲୋଚକ ଡ଼ଃ ଚନ୍ଦ୍ରଶେଖର ହୋତା ଯୋଗଦେଇ ଆଲୋଚ୍ୟ ବିଷୟ ‘ସାହିତ୍ୟର ଆଧୁନିକ ସଂଜ୍ଞା ଓ ସ୍ୱରୂପ’ ସମ୍ପର୍କରେ ଆଲୋଚନା କରିଥିଲେ । ମୁଖ୍ୟ ବକ୍ତା ଡ଼ଃ ହୋତା ଆଲୋଚ୍ୟ ବିଷୟ ପ୍ରସଙ୍ଗରେ କହିଲେ ଯେ ପ୍ରଥମେ ସାହିତ୍ୟ ପ୍ରକୃତି, ଦେବାଦେବୀ, ରାଜାରାଣୀ, ଜାତୀୟତା ସଂଗ୍ରାମ ଓ ଶେଷରେ ମଣିଷର କଥା କହୁଛି । ଆମ ସାହିତ୍ୟର ମୂଳଭିତ୍ତି ହେଲା ମଣିଷର ମନକୁ ଓଦା କରିବା ସହ ସମ୍ବେଦନା ଓ କରୁଣାରେ ଭରିଦେବା । ବର୍ତମାନ ସମୟରେ ସାହିତ୍ୟ ମାନବିକତାର କଥା କହୁ । ଦୁଃଖୀ ଓ ଦୁର୍ବଳଙ୍କ ସହ ନିଜକୁ ସାମିଲ କରୁ, ଏହାହିଁ ଆଜିର ଆହ୍ଵାନ । ସାହିତ୍ୟ ସମସ୍ତଙ୍କୁ ଆଲିଙ୍ଗନ କରି କରୁଣାର ସେତୁରେ ବାନ୍ଧି ରଖୁ । ବରେଣ୍ୟ ଅତିଥି ଇଂ ଦାସ ତାଙ୍କ ବକ୍ତବ୍ୟରେ କହିଲେ ଯେ ପରିସ୍ଥିତି ସବୁବେଳେ ପରିବର୍ତ୍ତନଶୀଳ । ପରିବର୍ତ୍ତନ ସହ ଆମକୁ ଚାଲିବାକୁ ପଡିବ । ଆମେ କିପରି ସାହିତ୍ୟ ଓ ଭାଷା ପ୍ରତି ଯୁବପିଢିଙ୍କୁ ଆକର୍ଷିତ କରିପାରିବା ତାହା ଆଜିର ଦିନରେ ଆହ୍ୱାନ ହୋଇଛି । ଏହି ଅବସରରେ ସଂସଦର ବାର୍ଷିକ ମୁଖପତ୍ର ‘ସ୍ତବକ’ ଓ ନର୍ମଦା ଦାସ ନାୟକଙ୍କ ପୁସ୍ତକ ‘ଗୋଧୁଳି’କୁ ଅତିଥିମାନେ ଉନ୍ମୋଚନ କରିଥିଲେ । ପରେ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ଚଳିତ ବର୍ଷ ବ୍ୟାସକବି ପୁରସ୍କାରରେ ଡ଼ଃ ଚନ୍ଦ୍ରଶେଖର ହୋତା ଓ ହରିହର ବେହେରା, କବି ଡାକ୍ତର ଧୋବେଶ ଚନ୍ଦ୍ର ମିଶ୍ର ସ୍ମୃତି ସାରସ୍ଵତ ସମ୍ମାନରେ କୁଞ୍ଜବିହାରୀ ରାଉତ, ପଦ୍ମଚରଣ ମହାପାତ୍ର ସ୍ମୃତି ସାରସ୍ଵତ ସମ୍ମାନରେ ଶିବାଶିଷ ପାଢ଼ୀ, କବି କୁନ୍ତଳା କୁମାରୀ ଦେବୀ ସ୍ମୃତି ସାରସ୍ଵତ ସମ୍ମାନରେ ପୁଷ୍ପଲତା ପାଣିଗ୍ରାହୀ, ଧନେଶ୍ଵର ନାୟକ ସ୍ମୃତି ସାରସ୍ଵତ ସମ୍ମାନରେ ଡ଼ଃ ନିତ୍ୟାନନ୍ଦ ଖମାରୀ, ଅନନ୍ତ ନାୟକ ସ୍ମୃତି ସାରସ୍ଵତ ସମ୍ମାନରେ ସ୍ନିଗ୍ଧା ନାୟକ, ବିଜୟ କ୍ରିଷନ ଲାଲ ସ୍ମୃତି ସାରସ୍ଵତ ସମ୍ମାନରେ ସଞ୍ଜୀବ କୁମାର ଭୋଇ ପ୍ରମୁଖଙ୍କୁ ପୁଷ୍ପଗୁଚ୍ଛ, ମାନପତ୍ର, ଉପଢୌକନ ଓ ମେମୋଣ୍ଟୋ ଦିଆଯାଇ ସମ୍ବର୍ଦ୍ଧିତ କରାଯାଇଥିଲା । କାର୍ଯ୍ୟକ୍ରମରେ କାର୍ଯ୍ୟକାରୀ ସଭାପତି ମନୋଜ କୁମାର ନନ୍ଦ, ଉପସଭାପତି ରଶ୍ମିବାଳା ରାଉତରାୟ ପ୍ରମୁଖ ମଞ୍ଚାସୀନ ଥିବାବେଳେ ସାଧାରଣ ସମ୍ପାଦକ ଶ୍ରୀ ବିଶ୍ୱାଳ ସମ୍ପାଦକୀୟ ବିବରଣୀ ଓ ସଭାପତି ଶ୍ରୀ ଦାଶ ସଭାପତିତ୍ୱ ଅଭିଭାଷଣ ରଖିଥିଲେ । ସମ୍ବର୍ଦ୍ଧିତ ବ୍ୟକ୍ତିତ୍ଵଙ୍କ ପାଇଁ ସର୍ଵଶ୍ରୀ ଗୌତମ ଦାସ, ସୁସ୍ମିତା ମହାପାତ୍ର, ପ୍ରତାପ ପଣ୍ଡା, ଶିବପ୍ରସାଦ ବେହେରା, ଉପେନ୍ଦ୍ର ବସ୍ତିଆ, ସୁଷମା ପଟେଲ, ସୁମିତ୍ରା ମିଶ୍ର, ମମତା ଜେନା ପ୍ରମୁଖ ମାନପତ୍ର ପାଠ କରିଥିଲେ । ପ୍ରଥମ ପର୍ଯ୍ୟାୟରେ ଗୌତମ ଦାସ ଧନ୍ୟବାଦ ଅର୍ପଣ କରିଥିଲେ। ଦ୍ୱିତୀୟ ପର୍ଯ୍ୟାୟରେ କବି ମଞ୍ଜୁଳା କୁମାରୀ ରଥଙ୍କ ସଭାପତିତ୍ଵ ସୁମିତ୍ରା ମିଶ୍ର, କଳ୍ପନା ନନ୍ଦ ଓ ସୁଶାନ୍ତ କୁମାର ନାୟକଙ୍କ ସଂଯୋଜନାରେ ସର୍ବଶ୍ରୀ କୁଞ୍ଜବିହାରୀ ରାଉତ,ରଙ୍କନିଧି ସେଠୀ, ରଶ୍ମିବାଳା ରାଉତରାୟ, ରଶ୍ମି ସାହୁ, ହରିହର ବେହେରା, ବସନ୍ତ ବିଶ୍ଵକର୍ମା, ପ୍ରତାପ ପଣ୍ଡା,ବ୍ରଜବିହାରୀ ଦାଶ,ଗୈ।ତମ ଦାସ, ସ୍ଵର୍ଣ୍ଣପ୍ରଭା ଦତ୍ତ, ଉପେନ୍ଦ୍ର ବସ୍ତିଆ, ସତ୍ୟବ୍ରତ ଦାସ, ଚିତ୍ତରଞ୍ଜନ ବ୍ରହ୍ମା, ଦିପ୍ତି ମହାନ୍ତି, ପ୍ରଶାନ୍ତ ମେହେର, ଅର୍ଚ୍ଚନା ପାତ୍ର, ତାରିଣୀ ଚରଣ ସାହୁ, ଗୁଣନିଧି ପ୍ରଧାନ, ସାଗର ମହାନ୍ତି, ମଞ୍ଜୁଳା ପାତ୍ର, ହୃଷିକେଶ ସାହୁ,ବନଲତା ମିଶ୍ର, ସୁନିତା ସାହୁ, ନିଶିକାନ୍ତ ମିଶ୍ର, ପ୍ରଫୁଲ୍ଲ ବାରିକ, ନିତ୍ୟାନନ୍ଦ ଖମାରୀ, ପୁଷ୍ପ ଲତା ପାଣିଗ୍ରାହୀ, ସୁଷମା ପଟେଲ, ଆର୍ତ୍ତତ୍ରାଣ ମହାପାତ୍ର ଓ ସଂଯୋଜକ ମାନେ ସ୍ୱରଚିତ କବିତା ପାଠ କରିଥିଲେ । ଶେଷରେ ଉପେନ୍ଦ୍ର କୁମାର ବସ୍ତିଆ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ରାଉରକେଲା, ସୁନ୍ଦରଗଡ, ତାଳଚେର ପ୍ରମୁଖ ଅଞ୍ଚଳରୁ ଶତାଧିକ ସାହିତ୍ୟିକ, କବି, ଶିକ୍ଷାବିତ୍ ଯୋଗଦେଇ ଥିଲେ । କାର୍ଯ୍ୟକ୍ରମର ସଫଳତା ପାଇଁ ସାଧାରଣ ସମ୍ପାଦକ ଶ୍ରୀ ବିଶ୍ଵାଳ ସମସ୍ତଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି ।

Leave A Reply

Your email address will not be published.

sixteen + 1 =