ମର୍ମନ୍ତୁଦ ସଡକ ଦୁର୍ଘଟଣା : ୧ ମୃତ, ୩ ଗୁରୁତର

ବଡ଼ବିଲ : କେନ୍ଦୁଝର ବଡବିଲ ନିକଟ ଜାତୀୟ ରାଜପଥ ୫୨୦ ନାରଦପୁର ନିକଟରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଥିବା ଜଣାପଡିଛି । କାର ଭାରସାମ୍ୟ ହରାଇ ଡିଭାଇଡରକୁ ଧକ୍କା ଦେବାରୁ ଜଣକ ମୃତ୍ୟୁ ଘଟିଥିବା ବେଳେ ୩ ଜଣ ଗୁରୁତର ହୋଇଛନ୍ତି । ମୃତକ ଜଣକ ମାଧବ ଚନ୍ଦ୍ର ସାହୁ ବୋଲି ଜଣାପଡିଛି । ମାଧବ ଚନ୍ଦ୍ର ସାହୁ ଓ ତାଙ୍କ ପୁଅ, ବୋହୂ ଓ ନାତି କାରରେ ଯାଉଥିବା ବେଳେ କେନ୍ଦୁଝର ବଡବିଲ ନିକଟ ଜାତୀୟ ରାଜପଥରେ ଭାରସାମ୍ୟ ହରାଇ ଡିଭାଇଡରକୁ ଧକ୍କା ଦେଇଥିଲେ । ଘଟଣାସ୍ଥଳରେ ମାଧବଙ୍କ ମୃତ୍ୟୁ ହୋଇଥିବା ବେଳେ ପୁଅ, ବୋହୂ ଓ ନାତି ଗୁରୁତର ହୋଇଥିଲେ । ୩ ଗୁରୁତରଙ୍କୁ ଉଦ୍ଧାର କରି ଚମ୍ପୁଆ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଘଟଣାର ତଦନ୍ତ କରୁଛି ।

Leave A Reply

Your email address will not be published.

one + 14 =