pakka

ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଛାତ୍ର ମୃତ

bbehera

ବରଗଡ଼, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ସହେଲା ବ୍ଲକ୍‌ କୁଚିପାଲି ଗ୍ରାମରେ ଆଜି ଦିନ ୧୨.୩୦ ମିନିଟ ସମୟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଜଣେ ୯ ବର୍ଷ ଶିଶୁର ମୃତ୍ୟୁ ହୋଇଛି । ସୂଚନା କ୍ରମେ ବିଜେପୁରପଡା ନିବାସୀ ନବୀନ ମେହେର ଆଜି ସକାଳ ୧୦ଟା ସମୟରେ ନିଜର ପୁଅ ସମୀର ମେହେରଙ୍କ(୯) ସହ ଏକ ପାରିବାରିକ ଉତ୍ସବରେ ଯୋଗଦାନ କରିବା ପାଇଁ କୁଚିପାଲି ଯାଉଥିଲେ । ସେହି ସମୟରେ କୁଚିପାଲି ବସ୍‌ଷ୍ଟାଣ୍ଡ ନିକଟରେ ସହେଲାରୁ ପଦ୍ମପୁର ଅଭିମୁଖେ ଯାଉଥିବା ଏକ ସ୍ୱିଫ୍ଟ କାର ବେପୁରୁଆ ଭାବରେ ଦ୍ରୁତଗତିରେ ଆସି ସମୀର ମେହେରଙ୍କୁ ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ଛିଟିକି ପଡ଼ିଥିଲେ ଶିଶୁ ସମୀର ମେହେର । ସେଠାରୁ ସମୀରଙ୍କୁ ବାପା ନବୀନ ସଙ୍ଗେ ସଙ୍ଗେ ପ୍ରଥମେ ଘେସଁ ଚିକିତ୍ସାଳୟ ଓ ପରେ ବରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ । ମାତ୍ର ଡାକ୍ତର ଏଠାରେ ସମୀରଙ୍କୁ ମୃତ ଘୋଷଣା କରିଥିଲେ । ପରିବାର ଲୋକଙ୍କ ଅଭିଯୋଗ ହେଲା ଯେ ବେପରୁଆ ଗାଡି ଚାଳକ ପାଇଁ ଆଜି ତାଙ୍କ ପୁଅର ଜୀବନ ଯାଇଛି । ଏନେଇ ସେମାନେ ସ୍ଥାନୀୟ ମେଲଛାମୁଣ୍ଡା ଥାନାରେ ଲିଖିତ ଆଭିଯୋଗ କରିଛନ୍ତି । ମେଲଛାମୁଣ୍ଡା ଥାନା କେସ୍‌ ନମ୍ବର ୮୫/୨୪ରେ ଏକ ମାମଲା ରୁଜୁ କରିବା ସହିତ ଦୁର୍ଘଟଣା ଘଟାଇଥିବା ଗାଡି ଚାଳକ ଓଡି ୧୭ଟି ୦୦୯୬କୁ ଜବତ କରି ଥାନାରେ ଅଟକ ରଖାଯାଇଥିବା ବିଷୟରେ ଅନୁସନ୍ଧାନକାରୀ ପୋଲିସ ଅଧିକାରୀ ସବ୍‌ଇନିସ୍ପେକ୍ଟର ସୁମିତ୍ରା ମଲ୍ଲିକ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.

4 × 3 =