pakka

ଫଟାମୁଣ୍ଡା ଗ୍ରାମରୁ ଜଣେ ବ୍ୟକ୍ତି ନିଖୋଜ : ଥାନାରେ ଏତଲା

bbehera

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ଥାନା ଗାଁରେଇ ପଞ୍ଚାୟତ ଫଟାମୁଣ୍ଡା ଗ୍ରାମର ପର୍ଶୁ କେତକୀ ନାମକ ଜଣେ ୪୫ ବର୍ଷର ବ୍ୟକ୍ତି ଗତ ୩ ତାରିଖ ବୁଧବାର ଦିନ ଗୋଟାଏ ସମୟରୁ ତାଙ୍କ ଘରୁ କେଉଁଆଡେ ଚାଲିଯାଇଥିବା ସମ୍ପର୍କରେ ବଡଭାଇ ଭଜରାମ କେତକୀ ମୁରିବାହାଲ ଥାନାରେ ଏକ ଲିଖିତ ଏତଲା ଦେଇଛନ୍ତି । ପର୍ଶୁ ଘରୁ ଚାଲିଯିବା ପରେ ତାଙ୍କୁ ପରିବାର ଲୋକେ ବହୁ ସ୍ଥାନରେ ଖୋଜାଖୋଜି କରି ନିରାଶ ହେବାରୁ ଆସି ମୁରିବାହାଲ ଥାନାରେ ଅଭିଯୋଗ କରିଥିଲେ । ନିଖୋଜ ପର୍ଶୁ ଅବିବାହିତ ଥିବା ବେଳେ ସେ ନିଜ ବଡଭାଇ, ଭାଉଜଙ୍କ ପାଖରେ ରହୁଥିଲେ । ଯେ କୌଣସି ସହୃଦୟ ବ୍ୟକ୍ତି ନିଖୋଜ ପର୍ଶୁଙ୍କ ସମ୍ପର୍କରେ ସୂଚନା ପାଇଲେ ସେମାନେ ନିକଟସ୍ଥ ଥାନା କିମ୍ବା ପରିବାର ଲୋକଙ୍କୁ ମୋବାଇଲ ନ ୮୪୫୬୮୭୧୦୬୫ କିମ୍ବା ୮୪୫୫୦୭୭୯୪୩ରେ ଜଣାଇବା ପାଇଁ ପରିବାର ଲୋକେ ଅନୁରୋଧ କରିଛନ୍ତି । ପର୍ଶୁଙ୍କ ନିଖୋଜ ସମ୍ପର୍କରେ ବଡ଼ଭାଇ ଭଜରାମଙ୍କ ଏତଲା ଆଧାରରେ ମୁରିବାହାଲ ଥାନା ପୁଲିସ ଏକ ନିଖୋଜ ମାମଲା ରୁଜ୍ଜୁ କରି ଅଧିକ ତଦନ୍ତ କରୁଥିବା ମୁରିବାହାଲ ପୁଲିସ ସୂତ୍ରରୁ ଜଣାପଡିଛି ।

jay balangir
Leave A Reply

Your email address will not be published.

eighteen + 10 =

error: Content is protected !!