csstore

ଦିବ୍ୟାଙ୍ଗ ବ୍ୟକ୍ତିମାନଙ୍କ ପାଇଁ ସରକାରୀ ଯୋଜନା ସଚେତନତା ଅଭିଯାନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ତାଲୁକ ଆଇନ ସେବା ସମିତି ପ୍ରାଧିକରଣ ନିର୍ଦ୍ଦେଶ କ୍ରମେ ଗତକାଲି ପଦ୍ମପୁର ବଜାରପଡା ନିକଟରେ ଦିବ୍ୟାଙ୍ଗମାନଙ୍କ ପାଇଁ ସଚେତନତା ଅଭିଯାନ ଆରମ୍ଭ ହୋଇଛି । ଏହି ଅଭିଯାନରେ ଦିବ୍ୟାଙ୍ଗମାନେ ଉପସ୍ଥିତ ଥିଲେ । ଦିବ୍ୟାଙ୍ଗମାନେ ସରକାରୀ ଯୋଜନାରେ କିପରି ଭାବରେ ଉପକୃତ ହେବେ ତାହା ଏହି ସଚେତନତା ଅଭିଯାନର ମୂଳ ଉଦ୍ଦେଶ୍ୟ ଅଟେ । ଏହି ଅବସରରେ ପଦ୍ମପୁର ରାଜବୋରାସମ୍ବର ଦିବ୍ୟାଙ୍ଗ ବିକାଶ ମଞ୍ଚର ସଭାପତି ଚନ୍ଦ୍ରମଣି ତାଣ୍ଡି, ତାଲୁକ ଆଇନ ସେବା ପ୍ରାଧିକରଣ ସମିତିର ଆଇନ ସହାୟତା ସ୍ୱେଛାସେବୀ ପ୍ରସନ୍ନ ମହାନନ୍ଦ, ଉପଦେଷ୍ଟା କୈଳାସ ଗିରି, ସଭାପତି ଚମ୍ପେଶ୍ୱର ସାହୁ, ଦିବ୍ୟାଙ୍ଗ ଭିକାରୀ ସୁନା, ଗଙ୍ଗା ଭୁଏ ପ୍ରମୁଖ ଉପସ୍ଥିତ ଥିଲେ । ଏହି ଅଭିଯାନ ଆସନ୍ତା ୨୯ ତାରିଖ ପର୍ଯ୍ୟନ୍ତ ଚାଲିବ ।

jayashree
Leave A Reply

Your email address will not be published.