ହରିଶଙ୍କର ମହୋତ୍ସବ ଉପଲକ୍ଷେ ପ୍ରାଣୀସମ୍ପଦ ବିକାଶ ବିଭାଗ ଖପ୍ରାଖୋଲ ପକ୍ଷରୁ ପ୍ରାଣୀ ପାଳକଙ୍କ ଉନ୍ନତି ତଥା ଆବଗତି ନିମନ୍ତେ ସଚେତନତା କାର୍ଯ୍ୟକ୍ରମ

ପାଟଣାଗଡ଼, (ଗୋରେଖନାଥ ବରିହା) : ଓଡିଶା ସରକାରଙ୍କ ପ୍ରାଣୀସମ୍ପଦ ବିକାଶ ବିଭାଗର ବିଭିନ୍ନ ଯୋଜନା ସମ୍ପର୍କରେ ତା ୧୪/୫/୨୦୨୨ରୁ ୧୬/୦୫/୨୦୨୨ ପର୍ଯ୍ୟନ୍ତ ପଥପ୍ରାନ୍ତ ପାଲା ଅନୁଷ୍ଠିତ କରାଯାଇଛି । ଏହି ସମୟରେ ମା’ ଦୁର୍ଗା ପାଲା ଦଳ, ସାନ ଉଦେନ, ଖପ୍ରାଖୋଲର କଳାକାରମାନଙ୍କ ଦ୍ଵାରା ଗାଈ ପାଳନ, କୁକୁଡ଼ା ପାଳନ, ଛେଳି ପାଳନ, ଘୁଷୁରୀ ପାଳନ, ସମନ୍ୱିତ କୃଷି ଉଦ୍ୟୋଗ ସ୍ଥାପନ, ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା, ମୁଖ୍ୟମନ୍ତ୍ରୀ ଭ୍ରାମ୍ୟମାଣ ପ୍ରାଣୀ ଚିକିତ୍ସା ସେବା, ଘାସ ଚାଷ, ଆଜୋଲା ଚାଷ, ସ୍ଵୟଂ ସହାୟକ ଗୋଷ୍ଠୀ ପାଇଁ ୨୦୦ ଟିକିଆ ଅଣ୍ଡା ଦିଆ କୁକୁଡ଼ା ପାଳନ, ୧୦୦୦ ଟିକିଆ ବ୍ରଏଲର୍ ପାଳନ, ୩୦+୨ ଟିକିଆ ଛେଳି ପାଳନ, ଗୋଶାଳା ଯୋଜନା, ମାଈ ବାଛୁରୀ ଉତ୍ପାଦନ, ମାଗଣା ଟୀକାକରଣ, ମାଗଣା ଉନ୍ନତ ମାନର ହିମିକୃତ ଶୁକ୍ରାଣୁ ମାଧ୍ୟମରେ କୃତ୍ରିମ ପ୍ରଜନନ, ସ୍ଵୟଂ ସହାୟକ ଗୋଷ୍ଠୀର ସଦସ୍ୟମାନଙ୍କୁ ମାଗଣା କୁକୁଡ଼ା ଓ ବତକ ଚାଷ ପାଇଁ ସହାୟତା ତଥା ଦାଦନ ଦୂରୀକରଣ ପାଇଁ ପ୍ରାଣୀସମ୍ପଦ ପାଳନ କରି ସ୍ବାବଲମ୍ବୀ ହେବା ପାଇଁ ସଚେତନତା କାର୍ଯ୍ୟକ୍ରମ ମୁଖ୍ୟ ଜିଲ୍ଲା ପ୍ରାଣୀସମ୍ପଦ ଅଧିକାରୀ, ବଲାଙ୍ଗିର ଡା. ସନ୍ତୋଷ କୁମାର ପଣ୍ଡାଙ୍କ ନିର୍ଦେ୍ଦଶନାରେ ଓ ଖପ୍ରାଖୋଲ ବ୍ଲକ ପ୍ରାଣୀସମ୍ପଦ ଅଧିକାରୀ ଡା. ସୁଜିତ କୁମାର ଶତପଥୀଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଅନୁଷ୍ଠିତ ହୋଯାଇଅଛି । ସରକାରଙ୍କ ଏହି ଜନସଚେତନତା ମୂଳକ ମନୋରଞ୍ଜନ ଧର୍ମି ପଥ ପ୍ରାନ୍ତ ପାଲା କାର୍ଯ୍ୟକ୍ରମକୁ ଜନସାଧାରଣଙ୍କ ଦ୍ଵାରା ତଥା ବିଭିନ୍ନ ମହଲରେ ଭୂରି ଭୂରି ପ୍ରଶଂସା କରାଯାଇଛି ।

Leave A Reply

Your email address will not be published.

six + 20 =

error: Content is protected !!