ବରପଦାରେ ଗ୍ରାମ୍ୟ ଉଦ୍ୟାନ ଓ ନୂତନ ଗୃହ ଶିଳାନ୍ୟାସ

ଡେଲାଙ୍ଗ, (ଦିଲ୍ଲିପ କୁମାର ଧାଉଡିଆ) : ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ଗୋଡିପୁଟ ମାଟିଆପଢ଼ା ଗ୍ରାମ ପଞ୍ଚାୟତ ବରପଦା ଗ୍ରାମରେ ଗ୍ରାମ୍ୟ ଉଦ୍ୟାନ ଓ ନୂତନ ଗୃହର ଭିତିପ୍ରସ୍ତର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ପବିତ୍ର କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ସରପଞ୍ଚ ରଜନୀ ସାସମଲ ଯୋଗଦେଇ ନଡିଆ ବାଡେଇ ଶୁଭ ଉଦ୍‌ଘାଟନ କରିଥିଲେ । ତାଙ୍କ ସହିତ ପୂର୍ବତନ ସରପଞ୍ଚ ଜ୍ଞାନରଞ୍ଜନ ସାସମଲ ସହଧନେଶ୍ଵର ମହାନ୍ତି, ମନୋଜ କୁମାର ମହାରଣା, ରଜନୀ ସାସମଲ ଏବଂ ଗ୍ରାମବାସୀ ଉପସ୍ଥିତ ଥିଲେ । ଏହି ଲୋକାଭିମୁଖୀ କାର୍ଯ୍ୟକ୍ରମକୁ ଅଞ୍ଚଳବାସୀ ଭୂୟସୀ ପ୍ରଶଂସା କରିଛନ୍ତି ।

Leave A Reply

Your email address will not be published.

2 × 1 =

error: Content is protected !!