ଭେଙ୍ଗରାଜପୁରରେ ଧାନମଣ୍ତି ଉଦ୍‌ଘାଟନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଭେଙ୍ଗରାଜପୁର ଗ୍ରାମରେ ଧାନମଣ୍ତି ଉଦ୍‌ଘାଟନ କରାଯାଇଛି । ଏହି ମଣ୍ତିକୁ ଭେଙ୍ଗରାଜପୁର ଗ୍ରାମର ଅଗ୍ରଣୀ ସ୍ୱୟଂ ସହାୟକ ଗୋଷ୍ଠୀ ଦ୍ୱାରା ପରିଚାଳିତ ହେବା ପାଇଁ ପ୍ରଶାସନ ସ୍ୱୀକୃତି ପ୍ରଦାନ କରଛନ୍ତି । ମୁଖ୍ୟଅତିଥି ଭାବେ ପାଇକମାଲ ଜିଲ୍ଲା ପରିଷଦ ସଭ୍ୟ ସୁରେନ୍ଦ୍ର ପ୍ରତାପ ସିଂହ ବରିହା ଉଦ୍‌ଘାଟନ କରିଛନ୍ତି । ଏହି ମଣ୍ତିକୁ ପରିଚାଳନା କରିବା ପାଇଁ ଅଗ୍ରଣୀ ସ୍ୱୟଂ ସହାୟକ ଗୋଷ୍ଠୀ ସେକ୍ରେଟେରି ମମତା ସାହୁ, ସଭାନେତ୍ରୀ ପୂଜା ତାଣ୍ତି ତଥା ମେମ୍ବର କୌଶଲ୍ୟା ତାଣ୍ତି, କର୍ଫୁଲ କୁମାର, ସୁବିଦା ସୁନାଙ୍କୁ ଦାୟିତ୍ୱ ଦିଆଯାଇଛି । ଉଦ୍‌ଘାଟନୀ ଉତ୍ସବରେ ଅନ୍ୟତମ ଅତିଥି ଭାବେ ପାଇକମାଲ ଯୋଗାଣ ଅଧିକାରୀ ପ୍ରମୋଦ କୁମାର ପଣ୍ତା, ଭେଙ୍ଗରାଜପୁର ସରପଞ୍ଚ ସୁଦାମ ଚରଣ ସେଠୀ, ପୂର୍ବତନ ସରପଞ୍ଚ ଭୀଷ୍ମଦେବ ସାହୁ, ଧବଳେଶ୍ଵର ସାହୁଙ୍କ ସମେତ ଗ୍ରାମ୍ୟ କମିଟି ସଭାପତି ହୁତାଶନ ପାଣ୍ତେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.

eighteen + nineteen =