pakka

ଏକକ ବ୍ୟବହାର ପ୍ଲାଷ୍ଟିକ ମୁକ୍ତ ବେଳାଭୂମି ପାଇଁ ସଚେତନତା ଓ ସ୍ୱଚ୍ଛତା କାର୍ଯ୍ୟକ୍ରମ

bbehera

ପୁରୀ : ସ୍ଵଚ୍ଛତା ହିଁ ଧର୍ମ, ସ୍ଵଚ୍ଛତା ହିଁ କର୍ମ, ସ୍ଵଚ୍ଛତା ହିଁ ସେବା ଆଧାରକୁ ନେଇ ଶିଶୁ ଓ ମହିଳା ବିକାଶ ସୋସାଇଟି ତରଫରୁ ଏକକ ବ୍ୟବହାର ପ୍ଲାଷ୍ଟିକ ମୁକ୍ତ ବେଳାଭୂମି ପାଇଁ ସଚେତନା ଓ ସ୍ୱଚ୍ଛତା କାର୍ଯ୍ୟକ୍ରମ ସମୁଦ୍ର ବେଳାଭୂମି ପୁରୀଠାରେ ଅନୁଷ୍ଠିତ ହୋଇଯାଇଛି । ଶିଶୁ ଓ ମହିଳା ବିକାଶ ସୋସାଇଟି (ସିଡବ୍ଲୁଡିଏସ୍‌)ର ଅଧ୍ୟକ୍ଷ ମେଜର ଡା. କଳ୍ପନା ଦାସଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ କାର୍ଯ୍ୟକ୍ରମକୁ ଶିଶୁ ଓ ମହିଳା ବିକାଶ ସୋସାଇଟି ସଦସ୍ୟ କମଳ ଦାସ ସଂଯୋଜନା କରିଥିଲେ । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ମହାନଦୀ କୋଲଫିଲଡ୍‌ ଲିମିଟେଡ଼(ଏମ୍‌ସିଏଲ୍‌)ରେ କାର୍ଯ୍ୟରତ ସୁପରଭାଇଜର ରାଜେନ୍ଦ୍ର ମେହେର ଯୋଗଦେଇ ଥିଲେ । ସମସ୍ତେ ସ୍ୱଚ୍ଛତାକୁ ପ୍ରାଥମିକତା ଦେବା ଉଚିତ୍‌ । ଏହାଦ୍ୱାରା ସୁସ୍ଥ ପରିବେଶ ରହିବା ସହିତ ପର୍ଯ୍ୟଟକମାନଙ୍କ ସଂଖ୍ୟା ବଢିବ । ତେଣୁ ପ୍ରତ୍ୟେକ ବ୍ୟକ୍ତି ସଚେତନ ହୋଇ ଜନ ଆନ୍ଦୋଳନ ସୃଷ୍ଟି ହେଲେ ଏହା ସମ୍ଭବ ହୋଇପାରିବ ବୋଲି ମତବ୍ୟକ୍ତ କରିଥିଲେ । ପରେ ଶିଶୁ ଓ ମହିଳା ବିକାଶ ସୋସାଇଟି ସଦସ୍ୟମାନେ ବେଳାଭୂମିରେ ଅଳିଆ ଆବର୍ଜନାକୁ ସଫା କରିଥିଲେ । ବେଳାଭୂମିରେ ଉପସ୍ଥିତ ଥିବା ଉଠା ଦୋକାନୀ, ବୁଲା ଦୋକାନୀ ତଥା ପର୍ଯ୍ୟଟକମାନଙ୍କୁ ଦୈନନ୍ଦିନ ଜୀବନରେ ଏକକ ପ୍ଲାଷ୍ଟିକ ବ୍ୟବହାରଠାରୁ ଦୂରେଇ ରହିବା ପାଇଁ ଅନୁରୋଧ କରିଥିଲେ । କାର୍ଯ୍ୟକ୍ରମରେ ଶିଶୁ ଓ ମହିଳା ବିକାଶ ସୋସାଇଟି ସଭ୍ୟ ପ୍ରଭାକର ଛନ୍ଦ, ବନମାଳୀ ମେହେର, ରାମ ନାରାୟଣ ଦାଶ, ଆର୍ତ୍ତ ମହାନ୍ତି, ଜୀତେନ୍ଦ୍ର ବଗର୍ତ୍ତୀ ତଥା ଅନ୍ୟମାନେ ଅଂଶଗ୍ରହଣ କରିଥିଲେ । କାର୍ଯ୍ୟକ୍ରମକୁ ଶିଶୁ ଓ ମହିଳା ବିକାଶ ସୋସାଇଟି ସଭ୍ୟ ହେମନ୍ତ କୁମାର ସାମଲ ପରିଚାଳନା କରିଥିବା ବେଳେ ସଭ୍ୟ ଗୋପେଶ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ ।

jay balangir
Leave A Reply

Your email address will not be published.

four − three =