pakka

ଗେଟ ସରୋବରପଡ଼ାରେ ଦୁଇଦିନ ଧରି ନୂଆଁଖାଇ ଭେଟ୍‌ଘାଟ୍‌ ଅନୁଷ୍ଠିତ

bbehera

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ସହର ସ୍ଥାନୀୟ ଗେଟ୍‌ ସରୋବରପଡ଼ା ୱାଡ.ନଂ ୧୦ର ଡ. ବି.ଆର ଆମ୍ବେଦକର କ୍ଲବ ତରଫରୁ ଦୁଇଦିନ ସହାସମାରୋହରେ ନୂଆଁଖାଇ ଭେଟ୍‌ଘାଟ୍‌ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଉଦ୍‌ଯାପନୀ ସଂଧ୍ୟାରେ ମୁଖ୍ୟ ଅତିଥି ଭାବେ ବଲାଙ୍ଗିର ପୌରାଧ୍ୟକ୍ଷା ଲିକା ସାହୁ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ସ୍ଥାନୀୟ କାଉନସିଲର କିଶୋର କୁମ୍ଭାର ଓ ସୋନପୁର ଜିଲ୍ଲା କଳାପଥର ପଂଚାୟତର ସମିତି ସଭ୍ୟ ଅରବିନ୍ଦ ବାରିକ ଯୋଗ ଦେଇଥିଲେ । ପଶ୍ଚିମ ଓଡିଶାର ମହାନ ଗଣପର୍ବ ହେଉଛି ନୂଆଁଖାଇ । ଏଭଳି ଏକ ପର୍ବ ବିଶ୍ୱରେ ବିରଳ । ଏହି ପର୍ବ ଭାଇଚାରାର ବାର୍ତ୍ତା ଦେଇଥାଏ । ଏଭଳି ଏକ ପରମ୍ପରାକୁ ପଡ଼ାବାସୀ ଜୀବିତ ରଖିଥିବାରୁ ସେମାନେ ପ୍ରଶଂସାର ପାତ୍ର ବୋଲି ପୌରାଧ୍ୟକ୍ଷା କହିଥିଲେ । ପଡ଼ାବାସୀ ମିଳିତ ଭାବେ ନୂଆଁଖାଇ ଭେଟ୍‌ଘାଟ୍‌ କାର୍ଯ୍ୟକ୍ରମ ପାଳନ କରି ଆସୁଛୁ ଏବଂ ଭାଇଚାରାର ବାର୍ତ୍ତ ପ୍ରସାରିତ କରୁଛୁ ବୋଲି ସମ୍ମାନୀତ ଅତିଥି ଶ୍ରୀ କୁମ୍ଭାର ଓ ଶ୍ରୀ ବାରିକ କହିଥିଲେ । କାର୍ଯ୍ୟକ୍ରମକୁ କୁନା ବାଗ ସଂଯୋଜନା କରିଥିଲେ । ଏହି ଅବସରରେ ପୌର ପରିଷଦର କାଉନସିଲର ଗଂଗାଧର ଚାନ୍ଦ, ସନ୍ତୋଷିନୀ କୁଅଁର, ଶତ୍ରୁଘ୍ନ ବାଗ, ପିଙ୍କି କବାଟ, ନନ୍ଦିନୀ ପୋଢ, ସଂଜୁଲତା ଦନ୍ତା ଓ ଇସମତ ଆରା ଖାନାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିବା ବେଳେ ବିଶ୍ୱ ଅଲମ୍ପିଆଡର ଇଂରାଜୀରେ ସ୍ୱର୍ଣ୍ଣ ପଦକ ବିଜେତା ହୋଇଥିବା ଶ୍ରଦ୍ଧାରାଣୀ କୁମ୍ଭାର ଓ ବିଞ୍ଜାନରେ ସ୍ୱର୍ଣ୍ଣ ପଦକ ବିଜେତା ହୋଇଥିବା ସାଇ ସଂକଳ୍ପ ବାରିକଙ୍କୁ ସ୍ୱତନ୍ତ୍ର ଭାବେ ସମ୍ମାନୀତ କରାଯାଇଥିଲା । କାର୍ଯ୍ୟକ୍ରମ ଆୟୋଜନରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ କ୍ଳବର ସଭାପତି ଶମ୍ଭୁପଦ ହରପାଲ(ମୁନା), ସମ୍ପାଦକ ସୁବଳ ବାଗ, କୋଷାଧ୍ୟକ୍ଷ ସ୍ୱାଧୀନ ନନ୍ଦ, କ୍ଳବର ସଦସ୍ୟ ଆକାଶ ସାଗର, ସାଗର କୁମ୍ଭାର, ରକି ବାରିକ, ରୂପେଶ କୁମ୍ଭାର, ସୋନୁ ନାଗ, ଯୁଗୀନ ଦୀପ ଓ ଅଜୟ ନାଗ ପ୍ରମୁଖ । ସଭା ପରେ ରୁକୁ ସୁନା ଓ ସାଥୀ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । ସେହିଭଳି ପ୍ରଥମ ଦିନ ସଂଧ୍ୟାରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଆସିଥିବା ନୃତ୍ୟ କଳାକାରମାନଙ୍କୁ ନେଇ ନୃତ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ବିଜେତା କଳାକାରମାନଙ୍କୁ ଆର୍ଥିକ ପୁରଷ୍କାର ସହ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା । ନୃତ୍ୟ ପ୍ରତିଯୋଗିତା କାର୍ଯ୍ୟକ୍ରମରେ ସମାଜସେବୀ ତଥା ଆଇନଜୀବୀ ଅମନ ନାଗ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ବିଚାରକ ଭାବେ ସୁରେଶ କୁମାର ଭୋଇ, ଗୀତା କୁଅଁର, ଜୟ ପଟ୍ଟନାୟକ ଓ ମୀନକେତନ ଥପା ଯୋଗ ଦେଇଥିଲେ ।

jay balangir
Leave A Reply

Your email address will not be published.

seven + thirteen =