pakka

ସିଆଲ୍‌ବାହାଲି ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ବିଜ୍ଞାନ ପ୍ରଦର୍ଶନୀ

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସଦର ବ୍ଲକ ଅନ୍ତର୍ଗତ ସିଆଲ୍‌ବାହାଲି ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ବିଜ୍ଞାନ ପ୍ରଦର୍ଶନୀ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସମୁଦାୟ ୩୭ଟି ପ୍ରକଳ୍ପ ସ୍ଥାନ ପାଇଥିଲା । ପ୍ରଧାନ ଶିକ୍ଷକ ସଂଜୟ କୁମାର ଶତପଥୀଙ୍କ ଆବାହକତ୍ୱରେ ଅନୁଷ୍ଠିତ ମେଳାରେ ବିଚାରକ ଭାବେ କୁଟୁମଡେ଼ାଲା ପଞ୍ଚାୟତ ଉଚ୍ଚ ବିଦ୍ୟାଳୟର ବିଜ୍ଞାନ ଶିକ୍ଷୟିତ୍ରୀ ପ୍ରେମଶିଳା ସାହୁ ଯୋଗ ଦେଇଥିବା ବେଳେ ଏହି ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରବିନ୍ଦ୍ର ଠେଟୁଆଲ ଓ ସିଆର୍‌ସିସି ଉମେଶ ନାଏକ କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କାର ପ୍ରଦାନ କରିଥିଲେ । ଏଥିରେ ସ୍କୁଲ ଆଲୁମିନି କମିଟିର ସଭାପତି ସୁବଳ ଭୋଇ ଛାତ୍ରଛାତ୍ରୀମାନଙ୍କ ଉତ୍ସାହ ବର୍ଦ୍ଧନ କରିଥିଲେ । ସସ୍ମିତା ଭୋଇ, ସୌରଭ କୁମାର ମେହେର, ସୁମିତ କୁମାର ମେହେର, ଟୁନା ବାଗ, ଧୀରଜ ବାଗ, ସୁଧାଂଶୁ ପଧାନ, ରିମ୍‌ଝିମ୍‌ ଭୋଇ, ଶ୍ରୁତି ସାହୁ, ପ୍ରିନ୍ସ ଛତ୍ରିଆ, ରାହୁଲ ଦଣ୍ଡସେନା, ମାନସ ଦନ୍ତା, ଆୟୁଷ୍ମାନ ଭୋଇ, ରାଜା ସାହୁ ପୁରସ୍କୃତ ହୋଇଥିଲେ । କାର୍ଯ୍ୟକ୍ରମକୁ ବିଜ୍ଞାନ ଶିକ୍ଷୟିତ୍ରୀ ଐଶ୍ୱର୍ଯ୍ୟା ସାହୁ ଓ ବିଜ୍ଞାନ ଶିକ୍ଷକ ରଘୁନାଥ ଜେନା ପରିଚାଳନା କରିଥିଲେ । ଅନ୍ୟ ଶିକ୍ଷକ ଓ ଶିକ୍ଷୟିତ୍ରୀ ଦୀନେଶ କୁମାର ପଧାନ, ସୁଷମା ପଧାନ, ମୁକେଶ ସ୍ୱାଇଁ, ନିରୁପମା ମିଶ୍ର କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ଶିକ୍ଷକ ଚୈତନ୍ୟ ଦନ୍ତା ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ଅନୁଷ୍ଠିତ କ୍ୱିଜ୍‌ ପ୍ରତିଯୋଗିତାରେ ଶିବପ୍ରସାଦ ସାହୁ, ଜୟପ୍ରକାଶ ବିଶ୍ୱାଲ, ଦୀପେଶ ଭୋଇ, ଶୀତଳା ଭୋଇ, ଶ୍ରଦ୍ଧା ସାହୁ, ଚୁମ୍‌କି ମେହେର ପ୍ରମୁଖ ପୁରସ୍କୃତ ହୋଇଥିଲେ ।

jay balangir
Leave A Reply

Your email address will not be published.

5 × four =