oom

ସଡକ ସୁରକ୍ଷା ନିମନ୍ତେ ସଚେତନତା କାର୍ଯ୍ୟକ୍ରମ

jsmm

ବେଗୁନିଆ : ସଡକ ସୁରକ୍ଷା ନିମନ୍ତେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବେଗୁନିଆ ପୋଲିସ ପକ୍ଷରୁ ଟୀକାତାଳଠାରେ ସଡକ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ କରାଯାଇଛି । ଥାନା ଅଧିକାରୀ ଲଷ୍ମୀ ପ୍ରସାଦ ଶତପଥୀ, ଏସଆଇ ଗାୟତ୍ରୀ ଗୋଛାୟତ, ଉମାକାନ୍ତ ବେହେରା ଏବଂ ଏଏସଆଇ ସରୋଜ କୁମାର ସେନାପତି ପ୍ରମୁଖ ଖୋର୍ଦ୍ଧା ବଲାଙ୍ଗିର ୫୭ ନଂ ଜାତୀୟ ରାଜପଥରେ ସିଟ ବେଲ୍ଟ ବାନ୍ଧି ଏବଂ ହେଲମେଟ ଲଗାଇ ଗାଡି ଚଳାଇ ଯାଉଥିବା ଚାଳକମାନଙ୍କୁ ଗୋଲାପ ଫୁଲ ଦେଇ ସ୍ୱାଗତ କରୁଥିବା ବେଳେ ସିଟ ବେଲ୍ଟ ଏବଂ ହେଲମେଟ ନଲଗାଇ ଗାଡି ଚଳାଇ ଯାଉଥିବା ଚାଳକମାନଙ୍କୁ ସଚେତନ କରିଥିଲେ ଏବଂ ଏହାପରେ ଯଦି ସେମାନେ ଏଥିରେ ଅବହେଳା କରନ୍ତି ତାହେଲେ ସେମାନଙ୍କ ନାମରେ କେଶ କରାଯିବ ବୋଲି ତାଗିଦ କରିଥିଲେ । ଏହି କାର୍ଯ୍ୟକ୍ରମରେ ବୋଲଗଡ଼ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ରବୀନ୍ଦ୍ରନାଥ ପାଣିଗ୍ରାହୀ, ସାମ୍ବାଦିକ ଯୋଗେଶ ଚନ୍ଦ୍ର ପଣ୍ଡା, ଗୋବିନ୍ଦ ଖୁଣ୍ଟିଆ ଏବଂ ଅଞ୍ଚଳର ବୁଦ୍ଧିଜୀବୀମାନେ ସହାୟତା କରିଥିଲେ ।

jittmm
Leave A Reply

Your email address will not be published.