ଆନ୍ତର୍ଜାତୀୟ ନିଶାନିବାରଣ ଦିବସ ଉପଲକ୍ଷେ ସଚେତନତା ରାଲି

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଆନ୍ତର୍ଜାତୀୟ ନିଶା ନିବାରଣ ଦିବସ ଅବସରରେ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ନିଶା ମୁକ୍ତ ଦିବସ ଭାବେ ପାଳନ କରାଯାଇଛି । ଏହି ଅବସରରେ ଗଞ୍ଜାମ ଅବକାରୀ କାର୍ଯ୍ୟାଳୟ ପରିସରରୁ ଏକ ସଚେତନତା ରାଲି ବାହାରି ରିକାପଲ୍ଲୀ ଛକ ଦେଇ ଅପରବସଷ୍ଟାଣ୍ଡ ହୋଇ ଛତ୍ରପୁର ସହର ପରିକ୍ରମା କରିଥିଲା । ସ୍ବେଚ୍ଛାସେବୀ ସଂଗଠନ, ଗଞ୍ଜାମ ଜିଲ୍ଲାପ୍ରଶାସନ, ଜିଲ୍ଲା ଅବକାରୀ ବିଭାଗର ମିଳିତ ସହଯୋଗରେ ଛତ୍ରପୁର ସହରରେ ଜନ ସଚେତନତା କରାଯାଇଥିଲା । ଗଞ୍ଜାମ ଜିଲ୍ଲା ସଦରମହକୁମା ଛତ୍ରପୁରରୁ ଆରମ୍ଭ ହୋଇଥିବା ଏହି ନିଶାମୁକ୍ତ ଅଭିଯାନକୁ ଗଞ୍ଜାମ ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ଲୀନାକୁମାରୀ ଖେସ୍ ଏହାକୁ ସବୁଜ ପତାକା ଦେଖାଇ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିଲେ । ଜିଲ୍ଲା ଅବକାରୀ ସୁପରିଟେଣ୍ଡେଣ୍ଟ ରାଜେନ୍ଦ୍ର ଭୋତ୍ରା ଏହି ନିଶା ନିବାରଣ ସଚେତନତା ରାଲିକୁ ପରିଚାଳନା କରିଥିଲେ । ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରବିନାରାୟଣ ବେହେରା ଏହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।

Leave A Reply

Your email address will not be published.