om academy

୨୫୧କୁଣ୍ଡିୟ ଗାୟତ୍ରୀ ଯଜ୍ଞ ପାଇଁ ସିନାପାଲି ନଗରସ୍ତରୀୟ ପ୍ରସ୍ତୁତି ସଭା

jsm

ନୂଆପଡ଼ା, (ନିରାକାର ମେହେର) : ନୂଆପଡ଼ା ଜିଲ୍ଲା ସିନାପାଲି ଠାରେ ହେବାକୁ ଥିବା ଗୌରବମୟ ୨୫୧କୁଣ୍ତିୟ ଗାୟତ୍ରୀ ମହାଯଜ୍ଞ ନିମନ୍ତେ ସିନାପାଲି ନଗରସ୍ତରୀୟ ପ୍ରସ୍ତୁତି ସଭା ସ୍ଥାନୀୟ ଶକ୍ତିପୀଠ ପରିସରରେ ସଭାପତି ଶଶିଶେଖର ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ସଭାରେ ଅତିଥି ଭାବରେ ଖଡ଼ିଆଳ ବିଧାୟକ ଅଧିରାଜ ମୋହନ ପାଣିଗ୍ରାହୀ ଏବଂ ଅନ୍ୟତମ ଅତିଥି ଭାବରେ ବୈଶମ୍ପାୟନ ମେହେର, ନୀଳମଣି ମେହେର, ଡମ୍ବରୁଧର ମେହେର, ହୃଦାନନ୍ଦ ମାଝୀ, ଲମ୍ବୋଦର ମେହେର, ପ୍ରଦୀପ ଜୈନ ପ୍ରମୁଖ ମଂଚାସୀନ ଥିଲେ । ସିନାପାଲି ଅଂଚଳର ଗୌରବକୁ ଅକ୍ଷୁର୍ଣ୍ଣ ରଖିବା ସହ ତନ-ମନ-ଧନ ଦେଇ ସମସ୍ତେ ଏହି ମହାଯଜ୍ଞକୁ ସଫଳ କରିବାକୁ ଏ ଅବସରରେ ସାମୂହିକ ମତ ପ୍ରକାଶ ପାଇଥିଲା । ସଭା ପ୍ରାରମ୍ଭରେ ମହାଯଜ୍ଞ କମିଟିର ସଭାପତି ତରୁଣ କୁମାର ମେହେର ସମସ୍ତଙ୍କୁ ସ୍ୱାଗତ କରିବା ସହ କାର୍ଯ୍ୟକ୍ରମକୁ ସଂଚାଳନ କରିଥିଲେ । ପୂର୍ଣ୍ଣଚଂଦ୍ର ମେହେର ସଭାର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ପର୍ଶୁରାମ ମେହେର, ତୁଳସୀରାମ ମେହେର, ଅରିଗଞ୍ଜନ ଯୋଷୀ, ଲିଙ୍ଗରାଜ ଘିଭେଲା, ଲକ୍ଷ୍ମଣ ମେହେର ପ୍ରମୁଖ ନିଜ ମତାମତ ରଖିଥିଲେ । ଏ ଅବସରରେ ଶାନ୍ତିକୁଞ୍ଜ ହରିଦ୍ୱାର ଠାରୁ ଆସିଥିବା ଶକ୍ତି କଳସ ରଥକୁ ଅତିଥିମାନେ ଶୁଭ ଉଦ୍‌ଘାଟନ କରିଥିଲେ । ଆସନ୍ତାକାଲି ଠାରୁ ଏହି ରଥ ଓଡ଼ିଶାର ଏଗାର ଗୋଟି ଜିଲ୍ଲା ସମେତ ପଡ଼ୋଶୀ ଛତିଶଗଡ଼ର କିଛି ଜିଲ୍ଲାକୁ ପରିକ୍ରମା କରିବ ବୋଲି ଜଣାପଡ଼ିଛି । ବିଭିନ୍ନ ଅନୁଷ୍ଠାନର କର୍ମକର୍ତ୍ତାଙ୍କ ସମେତ ଅଂଚଳର ଶତାଧିକ ବୁଦ୍ଧିଜୀବୀ ଉପସ୍ଥିତ ରହି ଆଜିର କାର୍ଯ୍ୟକ୍ରମରେ ସକ୍ରିୟ ଅଂଶ ଗ୍ରହଣ କରିଥିଲେ । ଶେଷରେ କମିଟିର ସଂପାଦକ ତ୍ରିନାଥ ମେହେର ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ।

Leave A Reply

Your email address will not be published.