om academy

ରନ୍ଧାମଦ ସହ ବାଇକ୍ ଜବତ : ଅଭିଯୁକ୍ତକୁ କୋର୍ଟ ଚାଲାଣ

jsm

ମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲା ମ. ରାମପୁର ଅବକାରୀ ବିଭାଗ ପକ୍ଷରୁ ଚଢାଉ ବେଳେ ଆଜି ରନ୍ଧାମଦ ସହ ବାଇକ୍ ଜବତ ହୋଇଛି । ଏହା ସହିତ ଜଣେ ଯୁବକଙ୍କୁ କୋର୍ଟ ଚାଲାଣ କରାଯାଇଛି । ମ. ରାମପୁର ଥାନା ଅନ୍ତର୍ଗତ ସିରାବାହାଲ ଗ୍ରାମର ମଗସିର ବାଗ ୨୦ ଲିଟର ବେଆଇନ୍ ରନ୍ଧାମଦ ନେଇ ଏକ ବାଇକ୍‌ରେ ଯାଉଥିବା ସମୟରେ ପୌରକେଲା ନିକଟରେ ମ.ରାମପୁର ଅବକାରୀ ଅଧିକାରୀ ବିଶେଶ୍ୱର ରାଓଙ୍କ ନେତୃତ୍ଵରେ କାବୁ କରାଯାଇ କେସ ନମ୍ବର ୫୭/୨୨-୨୩ରେ ଏକ ମାମଲା ରୁଜ୍ଜୁ କରି ଅଭିଯୁକ୍ତ ଯୁବକଙ୍କୁ କୋର୍ଟ ଚାଲାଣ କରାଯାଇଛି । ଏହି ଚଢାଉରେ ଅବକାରୀ ବିଭାଗ ପକ୍ଷରୁ ବିନୋଦିନୀ ମହାଲିଙ୍ଗ, ସିଆରୀ ହରିଜନ ମଧ୍ୟ ସାମିଲ ଥିଲେ ।

Leave A Reply

Your email address will not be published.