om academy

ଶ୍ରମଜୀବୀ ବିକାଶ ମଞ୍ଚ ପକ୍ଷରୁ ପ୍ରଶିକ୍ଷଣ ଶିବିର

jsm

ନୂଆପଡା, (ନିରାକାର ମେହେର) : ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ ଚଟିଆଗୁଡା ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ନୂଆପଡା ଜିଲ୍ଲାରେ କାର୍ଯ୍ୟରତ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଶ୍ରମଜୀବୀ ବିକାଶ ମଞ୍ଚ, ଲୋକ ସଂଗଠନ ତରଫରୁ ଏକ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ଗତ ୨୬ ତାରିଖରେ ଅନୁଷ୍ଠିତ ଏହି ଦ୍ଵିଦିବସୀୟ ପ୍ରଶିକ୍ଷଣ ଶିବିରରେ ସିନାପାଲି ବ୍ଲକରେ କାର୍ଯ୍ୟରତ ମୋ ଚାଟଶାଳୀ କାର୍ଯ୍ୟକ୍ରମର ପ୍ରାୟ ୫୦ ଜଣ ସ୍ୱେଚ୍ଛାସେବୀ ଉପସ୍ଥିତ ଥିଲେ । ଶିବିରର ଉଦ୍‌ଘାଟନୀ ଦିବସରେ ଓଡ଼ିଶା ଶ୍ରମଜୀବୀ ବିକାଶ ମଞ୍ଚ ଭୁବନେଶ୍ୱର ପ୍ରତିନିଧି ପଞ୍ଚାନନ ପ୍ରଧାନ କାର୍ଯ୍ୟକ୍ରମକୁ ଶୁଭ ଉଦ୍‌ଘାଟନ କରିଥିଲେ । କୋଭିଡ ମହାମାରୀ ସମୟରେ ବିଦ୍ୟାଳୟ ଗୁଡିକରେ ଶିକ୍ଷାଦାନରେ ବ୍ୟାଘାତ ସୃଷ୍ଟି ହୋଇଥିଲା । ଏହି ସମୟରେ ଅନୁଷ୍ଠାନର ସ୍ୱେଚ୍ଛାସେବୀମାନେ ନିଜ ନିଜ ଗାଁରେ ପ୍ରାଥମିକ ସ୍ତରରେ ପାଠ ପଢ଼ୁଥିବା ଛାତ୍ରଛାତ୍ରୀମାନଙ୍କୁ ମୋ ଚାଟଶାଳୀ କାର୍ଯ୍ୟକ୍ରମ ମାଧ୍ୟମରେ ଶିକ୍ଷାଦାନ କରିଥିଲେ । ଏହି ଶିବିରରେ ସେମାନଙ୍କ ଏହି ମହାନ କାର୍ଯ୍ୟ ପାଇଁ ଧନ୍ୟବାଦ ଜ୍ଞାପନ ସହିତ ଆଗାମୀ ଦିନରେ ଏପରି ସମାଜିକ ପରିବର୍ତ୍ତନ କାର୍ଯ୍ୟରେ ଲିପ୍ତ ରହିବା ପାଇଁ ଉତ୍ସାହ କରାଯାଇଥିଲା । ଏହି ଶିବିରରେ ବିଭିନ୍ନ ଗୋଷ୍ଠୀଗତ ଖେଳ ତଥା ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ସ୍ୱେଚ୍ଛାସେବୀମାନଙ୍କୁ ପ୍ରଶିକ୍ଷଣ ଦିଆଯାଇଥିଲା । କାର୍ଯ୍ୟକ୍ରମର ରାତ୍ର ଅଧିବେଶନରେ ସ୍ଥାନୀୟ ସାମାଜିକ କର୍ମୀ ସଂଜୀବ କୁମାର ପାତ୍ର ଯୋଗଦେଇ ଶିବିରାର୍ଥୀମାନଙ୍କ କାର୍ଯ୍ୟକଳାପକୁ ପ୍ରଶଂସା କରିବା ସହ ଉତ୍ସାହିତ କରିଥିଲେ । କାର୍ଯ୍ୟକ୍ରମରେ ଅନୁଷ୍ଠାନର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ରହି ସହଯୋଗ କରିଥିଲେ ।

Leave A Reply

Your email address will not be published.