om academy

ସମୁଦ୍ର ବେଳାଭୂମିରୁ ମସ୍ତକବିହୀନ ମୃତଦେହ ଉଦ୍ଧାର

jsm

ଜଳେଶ୍ଵର : ବାଲେଶ୍ୱର ଜିଲ୍ଲା ବାଲିଆପାଳ ଥାନା ବାଲିବିଲ ଗ୍ରାମ ନିକଟସ୍ଥ ସମୁଦ୍ର ବେଳାଭୂମିରୁ ଆଜି ସକାଳେ ଜଣେ ଯୁବକଙ୍କ ମସ୍ତକବିହୀନ ମୃତଦେହ ଉଦ୍ଧାର ହୋଇଥିବା ଖବର ମିଳିଛି । ଖବର ପାଇ ବାଲିଆପାଳ ଥାନା ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ତଦନ୍ତ ଆରମ୍ଭ କରିଛି ।

ତେବେ ଶବଟିର ମୁଣ୍ଡ ନଥିବାରୁ ଯୁବକଙ୍କର କୌଣସି ପରିଚୟ ମିଳିପାରି ନାହିଁ । ଯୁବକଙ୍କୁ କେହି ହତ୍ୟା କରି ସମୁଦ୍ରରେ ଫିଙ୍ଗି ଦେଇଥିବା ଅନୁମାନ କରାଯାଉଛି । ପୋଲିସର ତଦନ୍ତ ପରେ ପ୍ରକୃତ ସତ୍ୟ ସାମ୍ନାକୁ ଆସିବ ବୋଲି କୁହାଯାଉଛି ।

Leave A Reply

Your email address will not be published.