om academy

ରଥଯାତ୍ରା ବେଳେ ଔଷଧ ନିଗମ ପକ୍ଷରୁ ଭକ୍ତଙ୍କ ମଧ୍ୟରେ ବଣ୍ଟାହେବ ୧୦ ଲକ୍ଷ ମାସ୍କ

jsm

ଭୁବନେଶ୍ଵର, (ସୁଶାନ୍ତ ସାହୁ) : ରଥଯାତ୍ରା ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଲେ ସ୍ଵାସ୍ଥ୍ୟମନ୍ତ୍ରୀ ନବ ଦାସ । ରଥଯାତ୍ରା ବେଳେ ଔଷଧ ନିଗମ ପକ୍ଷରୁ ଭକ୍ତଙ୍କ ମଧ୍ୟରେ ବଣ୍ଟାହେବ ୧୦ ଲକ୍ଷ ମାସ୍କ । ସେ କହିଛନ୍ତି ଯେ, ସେବାୟତମାନଙ୍କୁ ଦିଆଯାଇଛି ବୁଷ୍ଟର ଡୋଜ୍ । କୋଭିଡ୍ ପାଇଁ ଅକ୍ସିଜେନ୍ ସହିତ ୨୦ଟି ଆଇସିୟୁ ବେଡ୍ ପ୍ରସ୍ତୁତ ହୋଇ ରହିବ ।
ସମ୍ ହସ୍ପିଟାଲରେ ସମସ୍ତ ପ୍ରସ୍ତୁତି ହୋଇଛି । ଷ୍ଟ୍ରେଚର, ଆମ୍ଵୁଲାନ୍ସ, ଆଡଭାନ୍ସ ଆଣ୍ଡ ବେସିକ୍ ଲାଇଫ୍ ସପୋର୍ଟ, ଆମ୍ଵୁଲାନ୍ସ ସବୁ ପ୍ରସ୍ତୁତ ହୋଇ ରହିଛି । ଏତଦ୍ ବ୍ୟତୀତ ୨୦ ଜଣ ଫୁଡ୍ ଇନ୍ସପେକ୍ଟରଙ୍କୁ ମୁତୟନ କରାଯାଇଛି । ସେମାନେ ବିଭିନ୍ନ ସ୍ଥାନକୁ ବୁଲି ଖାଦ୍ୟ ପଦାର୍ଥ ଯାଞ୍ଚ୍ କରିବେ ।

ସ୍ଵାସ୍ଥ୍ୟମନ୍ତ୍ରୀ ପୁଣି କହିଛନ୍ତି ଯେ, ଓଆରଏସ୍ ମହଜୁଦ୍ ରହିଛି । ଆଣ୍ଟିଜେନ୍ ଟେଷ୍ଟ ବ୍ୟବସ୍ଥା ରହିବ । ସ୍ଵାସ୍ଥ୍ୟ ମନ୍ତ୍ରୀ, ସ୍ଵାସ୍ଥ୍ୟ ବିଭାଗର ସମସ୍ତ ନିର୍ଦ୍ଦେଶକ ଏହା ଉପରେ ତୀକ୍ଷ୍ଣ ନଜର ରଖିବେ। ସବୁ ଲୋକ କିଭଳି ଭାବରେ ଶୃଙ୍ଖଳାର ସହ ଦର୍ଶନ କରିପାରିବେ ସେନେଇ ବ୍ୟବସ୍ଥା କରାଯାଇଛି । ଲୋକମାନଙ୍କୁ ସଚେତନ କରାଯାଇଛି । ଲକ୍ଷଣ ଥିଲେ ପୁରୀ ଯାଆନ୍ତୁ ନାହିଁ । ଘରେ ରହି ଦର୍ଶନ କରନ୍ତୁ । ସମସ୍ତେ କୋଭିଡ ନିୟମ ମାନନ୍ତୁ । ଜନସାଧାରଣଙ୍କ ସହଯୋଗରେ କୋଭିଡ ମୁକାବିଲା କରାଯାଇଛି । ଲୋକମାନେ କୋଭିଡ ନିୟମ ମାନିଲେ ନିୟନ୍ତ୍ରଣ କରିହେବ ।

Leave A Reply

Your email address will not be published.