
ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକରେ ନୂତନ ବିଇଓ ଭାବେ ଅଦନ ସୁନା ଯୋଗଦାନ କରିଛନ୍ତି । ତାଙ୍କୁ ପାଇକମାଲ ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ ତରଫରୁ ସଭାପତି ମହାଦେବ ବେହେରା, ସହଦେବ ମାଝୀ, ନିତ୍ୟାନନ୍ଦ ସୁନା, ଦୁବରାଜ ବେଶ୍ରା, ନିଧି ମେହେର, ବାସବ ମାଝୀ ତଥା ସମସ୍ତ ସିଆରସିସି ଉପସ୍ଥିତ ରହି ସମର୍ଦ୍ଧିତ କରିଥିଲେ । ନୂତନ ଦାୟିତ୍ୱ ଗ୍ରହଣ କରିଥିବା ବିଇଓ ଶ୍ରୀ ସୁନା ପାଇକମାଲ ବ୍ଲକର ଶିକ୍ଷାର ଅଗ୍ରଗତି ପାଇଁ ସମସ୍ତେ ସଂଗଠିତ ହୋଇ କାମ କରି ପାଇକମାଲ ବ୍ଲକର ମର୍ଯ୍ୟାଦା ରଖିବା ପାଇ ଆହ୍ୱାନ ଦେଇଥିଲେ । ଉକ୍ତ ସମୟରେ ବ୍ଲକର ସମସ୍ତ କର୍ମଚାରୀ ସହ ଏବିଇଓ ରାଧେଶ୍ୟାମ ମେହେର ଓ ଧଲେନ୍ଦ୍ର ବାରିକ ଉପସ୍ଥିତ ଥିଲେ ।