ବଲାଙ୍ଗିର, (ଦେବାଶିଷ ମିଶ୍ର) : ରାଷ୍ଟ୍ରୀୟ ସ୍ଵଂୟ ସେବକ ସଙ୍ଘ ବଲାଙ୍ଗିର କେଶବ ଶାଖାର ବାର୍ଷିକ ଉତ୍ସବ ଗାନ୍ଧୀନଗର ପଡ଼ା ସାପ୍ତାହିକ ବଜାର ଠାରେ ଆଜି ଅନୁଷ୍ଠିତ ହୋଇଯାଇଛି । ସନ୍ଧ୍ୟା ୭ଟାରେ ରାଷ୍ଟ୍ରୀୟ ସ୍ଵୟଂ ସେବକ ସଂଘର ଗୌରୀକ ଧ୍ଵଜ୍କୁ ପ୍ରତିଷ୍ଠା କରିବା ପରେ ସଂଘର ପୂଜନୀୟ ଭାରତ ମାତା ପ୍ରତିଷ୍ଠାତା ଡକ୍ଟର ବଳିରାମ ହେଡ୍ଗବାର, ଗୁରୁଜୀ ମାଧବ ସଦାଶିବ ରାଓ ଗୋଲବଳକରଙ୍କ ପ୍ରତିକୃତିରେ ପୁଷ୍ପମାଲ୍ୟ ଅର୍ପଣ ସହିତ ପୂଜନ କରାଯାଉଥିଲା । ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ପ୍ରଧାନ ଆଚାର୍ଯ୍ୟ ସୁବ୍ରତ କୁମାର ବେହେରା ମୁଖ୍ୟବକ୍ତା ଭାବରେ ଯୋଗ ଦେଇଥିବା ବେଳେ ଯତୀନ୍ଦ୍ର ମୋହନ ପାଠୀ ବିଭାଗ ସଙ୍ଘ ଚାଳକ, ହରିଶଙ୍କର ମିଶ୍ର ମୁଖ୍ୟ ଅତିଥି ଭାବରେ କାର୍ଯ୍ୟକ୍ରମରେ ମଞ୍ଚାସୀନ ଥିଲେ । ଶାରୀରିକ ଓ ସଭା କାର୍ଯ୍ୟ ସମାପନ ପରେ କୁନି ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଥିଲା । ଅଞ୍ଚଳର ଅନେକ ମା’ ଭଉଣୀ ସମେତ ଭାଇମାନେ ଯୋଗ ଦେଇଥିଲେ ।