
ବରଗଡ଼, (ମୁନ୍ନା ସାହୁ) : ବରଗଡ଼ର ହୋଟେଲ ଶ୍ରୀୟାରେ ଆତ୍ମହତ୍ୟା କରିଥିବା ଯୁବକଙ୍କ ଶବ ଉଦ୍ଧାର କଲା ଟାଉନ ପୋଲିସ । ମଙ୍ଗଳବାର ସକାଲ ୯ଟା ସମୟରେ ଯୁବକଙ୍କ ଶବ ଉଦ୍ଧାର କରିଛି ପୋଲିସ । ଯୁବକ ଜଣକ ବଲାଙ୍ଗିର ଜିଲ୍ଲା ବୁଡ଼ି ସିଣ୍ଡୋଲ ଗ୍ରାମର ୨୧ ବର୍ଷୀୟ ଯୁବକ ରୁଜୁ ସେଠ୍ ବୋଲି ଜଣାପଡିଛି । ତେବେ ଯୁବକ ଜଣକ ଶ୍ରୀୟା ହୋଟେଲରେ କାର୍ଯ୍ୟ କରୁଥିବା ବେଳେ ଆଜି ସକାଳେ ତାଙ୍କୁ ଝୁଲନ୍ତା ଅବସ୍ଥାରେ ପୋଲିସ ଉଦ୍ଧାର କରିଛି । ତେବେ ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଜିଲ୍ଲାମୁଖ୍ୟ ଚିକିତ୍ସାଳୟକୁ ଶବ ବ୍ୟବଚ୍ଛେଦ ପାଇଁ ପଠାଇଥିବା ବେଳେ ଘଟଣାର ଅଧିକ ତଦନ୍ତ ଆରମ୍ଭ କରିଛି ପୋଲିସ ।