
ଲାଠିକଟା, (କେପିଏନ୍ଏସ୍) : ଲାଠିକଟା ବ୍ଲକ ଚି଼କଟାମାଟି ଗ୍ରାମ ପଂଚାୟତର କିଲିଙ୍ଗା ଗ୍ରାମର ନେହେରୁ କ୍ଲବ ଖେଳ ପଡିଆ ଠାରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଏହି ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ ଚି଼କାଟମାଟି ଗ୍ରାମ ପଂଚାୟତ ସରପଞ୍ଚ ଲଲିତା ଏକ୍କା ଏବଂ ଲାଠିକଟା ଜିଲ୍ଲା ପରିଷଦ ଭୁବୁନୁ କୁଜୁର ଯୋଗଦେଇ କ୍ଲବର ସଦସ୍ୟମାନଙ୍କ ସହିତ ମିଶି ବୃକ୍ଷ ରୋପଣ କରି କହିଥିଲେ କଳ କାରଖାନା ପୂର୍ଣ୍ଣ ଏହି ଅଂଚଳରେ ବୃକ୍ଷ ରୋପଣ କରିବା ଦ୍ୱାରା ପରିବେଶ ସୁରକ୍ଷିତ ରହିବ ଓ ଅଞ୍ଚଳବାସୀ ସୁଦ୍ଧ ଜଳବାୟୁରେ ରହିପାରିବେ । କ୍ଲବର ଏହି ମହତ କାର୍ଯ୍ୟକୁ ସରପଞ୍ଚ ଓ ଜିଲ୍ଲାପରିଷଦ ପ୍ରଂଶସା କରିଥିଲେ । ଏହି କାର୍ଯ୍ୟକ୍ରମରେ ୫୦୦ଟି ଚାରା ରୋପଣ କରଯାଇଥିଲା ଯଥା-ଅଁଳା, ପିଜୁଳି, ଜାମୁ, ତେନ୍ତୁଳି, ଆମ୍ବ, ଡାଳିମ୍ବ, ଶାଗୁଆନ, କରଞ୍ଜ, ବଉଳ, ସିଷ, ଲିମ୍ବ ଆଦି ଗଛ ରୋପଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ନେହେରୁ କ୍ଲବର ସଭାପତି -ଶୁକୃ କିଷାନ, ସମ୍ପାଦକ ରଂଜିତ କିଷାନ, କାର୍ଯ୍ୟକାରୀ ସଭାପତି -ଗଣେଶ ଲାକ୍ରା, ଆଇତା କିଷାନ, ସିରିଲ ବରା, ଅମୂଲ୍ୟ ସାହୁ, ଉଲିଅମ ବର୍ଲା, ମହାପତ୍ର କିଷାନ, ରାଜୁ ଲାକ୍ରା, ପ୍ରକାଶ ଲାକ୍ରା, ପ୍ରଦୀପ ମାଝୀ, ଅଶୋକ କିଷାନ, ରବି ଲାକ୍ରା, ସୁଶାନ୍ତ ରାଉଳ, ଗୋକୁଳ ଦାସ, ମହେନ୍ଦ୍ର ହାତୀଙ୍କ ସହିତ ବହୁ ଗ୍ରାମବାସୀ ଏହି ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।