
ଲୋଇସିଂହା, (ବିମଳେନ୍ଦୁ ସାହୁ) : ୮୦ ତମ ସ୍ୱାଧିନତା ଦିବସ ଅବସରରେ ଲୋଇସିଂହା ଜନ କଲ୍ୟାଣ ଯୁବ ସାମ୍ମୁଖ୍ୟ ଦ୍ୱାରା ସ୍ଥାନୀୟ ଷ୍ଟାଡିୟମ୍ ଠାରେ ଏକ ଫୁଟବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି । ଏଥିରେ ୪ଟି ଦଳ ଅଂଶଗ୍ରହଣ କରିଥିଲେ । ଲୋଇସିଂହା ଓ ସଦାଇପାଲି ଦଳ ମଧ୍ୟରେ ହୋଇଥିବା ପ୍ରଥମ ମ୍ୟାଚ୍ରେ ଲୋଇସିଂହା ଦଳ ୩-୨ ଗୋଲରେ ବିଜୟୀ ହୋଇଥିଲା । ବଲାଙ୍ଗିର ରିଜର୍ଭ ପୋଲିସ ଓ ପ୍ରୋଗ୍ରେସିଭ କ୍ଲବ ବଲାଙ୍ଗିର ମଧ୍ୟରେ ହୋଇଥିବା ଦ୍ଵିତୀୟ ମ୍ୟାଚରେ ରିଜର୍ଭ ପୋଲିସ ଦଳ ୨-୦ରେ ବିଜୟୀ ହୋଇଥିଲେ । ସେହିପରି ଏଥଲେଟିକ୍ ଏସୋସିଏସନ୍ ଲୋଇସିଂହା ଓ ରିଜର୍ଭ ପୋଲିସ ବଲାଙ୍ଗିର ମଧ୍ୟରେ ଅନୁଷ୍ଠିତ ଫାଇନାଲ ମ୍ୟାଚ ସଂଘର୍ଷପୂର୍ଣ୍ଣ ହୋଇଥିଲା । ତେବେ ପେନାଲ୍ଟି ସୁଟ ଆଉଟରେ ରିଜର୍ଭ ପୋଲିସ ବଲାଙ୍ଗିର ଏକାଦଶ ୫-୪ ଗୋଲରେ ଲୋଇସିଂହା ଦଳକୁ ହରାଇ ବିଜେତା ହୋଇଥିଲା । ସନ୍ଦୀପ ତରିଆ, କରୁଣାକର ପଧାନ, ରୋଶନ ମେହେର, ବିଜୟ ରଣା ପ୍ରମୁଖ ଟୁର୍ଣ୍ଣାମେଣ୍ଟ ପରିଚାଳନା କରିଥିବା ବେଳେ ସୁଦୟ ବାରିକ ମ୍ୟାଚ୍ କମିଶନର ଥିଲେ । ଏହି ଅବସରରେ ଆୟୋଜିତ ପୁରସ୍କାର ବିତରଣି ସମାରୋହରେ ମୁଖ୍ୟ ଅତିଥି ଭାବେ ବଲାଙ୍ଗିର ରିଜର୍ଭ ଇନ୍ସପେକ୍ଟର ଲୋକନାଥ ଭୋଇ ଯୋଗ ଦେଇଥିବା ବେଳେ ସମାଜସେବୀ ରାମ ସାହୁ, ବିଜେପି ନେତା ଭୁତନାଥ ନାଏକ, ଅବସରପ୍ରାପ୍ତ ରେଞ୍ଜ ଅଧିକାରୀ ରାଜକିଶୋର ନାଏକ, ଅଶୋକ କୁମାର ଭିତ୍ରିଆ ପ୍ରମୁଖ ମଞ୍ଚାସୀନ ଥିଲେ । ଅନୁଷ୍ଠାନର ଲୋଇସିଂହା ଦିଲୀପ କୁମାର ବେହେରାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସମାରୋହରେ ଉତ୍ତର ହେର୍ଣ୍ଣା, ଭାଗବତିଆ ଭୋଇ, ଶିବ ଅଗ୍ରୱାଲ, ଟିକୁ ପାଣ୍ଡିଆ, ଦେବ ବିଶ୍ୱାଳ, ରିତେଶ, ରମେଶ, ସୁମିତ, ପ୍ରକାଶ, ବୁଦ୍ଧିଆ, ମନୋଜ ମହାନା, କରନ ପ୍ରଧାନ ପ୍ରମୁଖ ସହଯୋଗ କରିଥିଲେ ।