
ସଦରବ୍ଲକ ବଲାଙ୍ଗିର, (ରାଜେଶ ଦଣ୍ଡସେନା) : ଆର୍ଇସି ସେକ୍ସନର ୩୩/୧୧ ମାଧିଆପାଲି ଗ୍ରୀଡ଼ ଏବଂ ପୁଇଁତଲା ଗ୍ରୀଡରେ ୮୦ତମ ସ୍ୱାଧୀନତା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ସେକ୍ସନର ସିନିୟର ଚାର୍ଜମେନ ପବିତ୍ର ଖୁଣ୍ଟିଆ ପତାକା ଉତ୍ତୋଳନ କରିଥିବାବେଳେ, ଅତିଥି ଭାବେ ଏସଡି.ଓ ସୁନୀଲ କୁମାର ସ୍ୱାଇଁ, ପୂର୍ବତନ ଆର.ଇ.ସି ସେକ୍ସନ ଅଫିସର ରିଆଜୁଲ ହକ, ଛାତମଖନା ସେକ୍ସନ ଅଫିସର ଜଗନ୍ନାଥ ମହାନ୍ତି ଉପସ୍ଥିତ ଥିଲେ । ଅତିଥିମାନେ ଦେଶର ମହାପୁରୁଷ ମାନଙ୍କୁ ଦେଶ ପାଇଁ ବଳିଦାନ ଦେଇଥିବା ମହାପୁରୁଷ ମାନଙ୍କୁ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ । ଏହି ଅବସରରେ କମରସିଆଲ ଜେ.ଇ ମନୋଜ କୁମାର ପାତ୍ର ତଥା ସେକ୍ସନର ସିନିୟର ଚାର୍ଜମେନ ହରିହର ପଧାନ, ରମେଶ କୁମାର ସାହୁ, ସୁନୀଲ କୁମାର ବାରିକ, ଉମାକାନ୍ତ ନାୟକ, ଶିବପ୍ରସାଦ ମିସ୍ତ୍ରୀ ଏବଂ ଗ୍ରୀଡ଼ ଅପରେଟର ଋତୁରାଜ ପ୍ରଧାନ, ରାଜା ପଧାନ, ଆକାଶ ସାହୁ, ବିଶ୍ଵାମିତ୍ର ବାଗ, ଦିଲୀପ ଗଡତିଆ, ମନୋଜ ନନ୍ଦ, ପ୍ରବୀଣ ପଧାନ, ଅଜିତ ସେଟ, ବିମ୍ବାଧର ସାଏ, ସୁଶାନ୍ତ ସେଟ, ବିଜୟ ଦାଶ, ପ୍ରବୀର ସାହୁ, ମିକୁ ପଧାନ, ଶ୍ରୀତମ ପଟେଲ, ରମାକାନ୍ତ ଖମାରି, ନିରାକାର ପଧାନ, ଦିଲୀପ ପଧାନ, କୁନା ଥନାପତି, ଜୟକୃଷ୍ଣ ବାରିକ, ପିତାମ୍ବର ଚନ୍ଦନ, କୁର୍ତ୍ତିବାସ ପଧାନ, ଆୟୁଷ ମେହେର ସୁନୀଲ ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।