
ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ ଲାୟନ୍ସ କ୍ଲବ ଓ ଲିଓ କ୍ଲବ୍ ପ୍ରତି ବର୍ଷ ଅଗଷ୍ଟ ମାସର ୧୫ ତାରିଖ ସନ୍ଧ୍ୟାରେ ଦୀର୍ଘ ଚାରି ବର୍ଷ ହେବ “ଏକ ସାମ୍ ଦେଶ କେ ନାମ” କାର୍ଯ୍ୟକ୍ରମ ଆୟୋଜନ କରିଥାନ୍ତି । ଚଳିତ ବର୍ଷ ମଧ୍ୟ ଅଗଷ୍ଟ ୧୫ ତାରିଖ ଶନିବାର ସନ୍ଧ୍ୟାରେ ସ୍ଥାନୀୟ ଗୋବିନ୍ଦ ବାଟିକା ଠାରେ ସଭାପତି ଲାୟନ ମନୀଷ ଗୁପ୍ତାଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ ହେଉଛି ସମସ୍ତଙ୍କୁ ଦେଶଭକ୍ତିର ବାର୍ତ୍ତା ଓ ଆମ ଦେଶର ସୀମା ଜଗୁଥିବା ତଥା ଦେଶକୁ ସୁରକ୍ଷା ଦେଉଥିବା ଅବସର ପ୍ରାପ୍ତ ସୈନିକଙ୍କୁ ମଞ୍ଚ ଉପରେ ସମ୍ବର୍ଦ୍ଧିତ କରିବା । ତେବେ ଏହି କାର୍ଯ୍ୟକ୍ରମଟି ଲାୟନ୍ସ କ୍ଲବ୍ ଏବଂ ଲିଓ କ୍ଲବ୍ ଟିଟିଲାଗଡ଼ର ସମସ୍ତ ସଦସ୍ୟ, କାର୍ଯ୍ୟକ୍ରମ କରିବା ପାଇଁ ପ୍ରାୟୋଜକ, ସହଯୋଗୀଙ୍କ ସହଯୋଗ ବିଶେଷ ଅବଦାନ ରହିଥାଏ ।
ଏହି ଅବସରରେ ମୁଖ୍ୟ ଅତିଥି ଭାବେ ମୁଖ୍ୟ ଅତିଥି ଭାବରେ ଲାୟନ୍ସ ଡିଷ୍ଟ୍ରିକ୍ଟ ୩୨୨ସି ୨ର ଡିଷ୍ଟ୍ରିକ୍ଟ ଗଭର୍ଣ୍ଣର ଲାୟନ୍ ଚରନଜୀତ କୌର ହୁରା, ଟିଟିଲାଗଡ ବିଧାୟକ ତଥା ଲାୟନ୍ସ କ୍ଲବ ସଦସ୍ୟ ନବୀନ ଜୈନ, ସମ୍ମାନିତ ଅତିଥି ଭାବେ ଟିଟିଲାଗଡ ଉପଜିଲ୍ଲାପାଳ ପଦ୍ମନାଭ ସାମନ୍ତରାୟ, ପିଡିଜି ଲାୟନ୍ ଶ୍ରୀମତୀ ମମତା ଗୌତମ, ଭିଡ଼ିଜି ୱାନ ଶ୍ରୀମତୀ ଦୁର୍ଗେଶ ନନ୍ଦିନୀ, ଭିଡିଜିଟୁ ଲାୟନ ଚିତ୍ତ ରଞ୍ଜନ ଦାସ ମଞ୍ଚାସୀନ ଥିଲେ । ମଞ୍ଚ ପରିଚାଳନା କରିଥିଲେ କୋ-ପ୍ରୋଜେକ୍ଟ ଡାଇରେକ୍ଟର ଲାୟନ୍ ଶୈଳେଶ ଗୋଏଲ୍ ଏବଂ ଖୁସବୁ ଜୈନ । ଯେଉଁମାନେ ନିଜର ଚମତ୍କାର ମଞ୍ଚ ପରିଚାଳନା କଳା ଦ୍ୱାରା ସମଗ୍ର କାର୍ଯ୍ୟକ୍ରମରେ ଉତ୍ସାହ ଓ ଶକ୍ତି ବଜାୟ ରଖିଥିଲେ । କାର୍ଯ୍ୟକ୍ରମର ପ୍ରାରମ୍ଭରେ ପ୍ରଥମେ ଗଣେଶ ବନ୍ଦନା ପରେ ଦୀପ ପ୍ରଜ୍ୱଳନ କରି କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ଏହି ଅବସରରେ ସହରର ବିଭିନ୍ନ ଅନୁଷ୍ଠାନ ଓ ସ୍କୁଲ ପକ୍ଷରୁ ଦେଶ ଭକ୍ତି ଗୀତରେ ୧୭ଟି ନୃତ୍ୟ ପରିବେଷଣ କରାଯାଇଥିଲା । ଉପସ୍ଥିତ ଥିବା ସମସ୍ତ ଅବସରପ୍ରାପ୍ତ ସୈନିକଙ୍କୁ ମଞ୍ଚ ଉପରେ ଅତିଥିଙ୍କ ଦ୍ୱାରା ସମ୍ବର୍ଦ୍ଧିତ କରାଯାଇଥିଲା । ଅନ୍ୟ ପକ୍ଷରେ ସହରକୁ ଗର୍ବିତ କରାଇଥିବା ବ୍ୟକ୍ତିତ୍ୱକୁ ମଧ୍ୟ କ୍ଲବ ତରଫରୁ ସମ୍ବର୍ଦ୍ଧିତ କରାଯାଇଥିଲା । ତେବେ ଏକ ଦେଶଭକ୍ତିମୟ ପରିବେଶ ସୃଷ୍ଟି ହୋଇଥିଲା । ଏହି କାର୍ଯ୍ୟକ୍ରମରେ ପଡ଼ୋଶୀ ଜିଲ୍ଲାର କ୍ଲବ୍ ସଦସ୍ୟମାନଙ୍କ ସହ ସହରର ବିଭିନ୍ନ ସ୍କୁଲ, ଅନୁଷ୍ଠାନ, ଅଭିଭାବକ ମାନେ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମର ପ୍ରୋଜେକ୍ଟ ଡାଇରେକ୍ଟର ଭାବେ ଲାୟନ ସଞ୍ଜୟ ସୋନି ଦାୟିତ୍ୱ ନେବା ସହ ସଠିକ୍ ଭାବରେ ତୁଲାଇଥିଲେ । ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିବାରେ ଲାୟନ୍ ମଦନ ପୃଷ୍ଟି, ସମ୍ପାଦକ ଆବାସ ଖାଁ, କୋଷାଧ୍ୟକ୍ଷ ଶ୍ରୀରାମ ଅଗ୍ରୱାଲ୍, ଆରତୀ ସାହୁ, ଅକ୍ଷୟରାଜ ସାହୁ, ଚାର୍ଟର ମେମ୍ବର ଈଶ୍ୱର ଚନ୍ଦ ଜୈନ୍, ସନ୍ତୋଷ ମହାନ୍ତି, ପିଡିଜି ଯମୁନା ପ୍ରସାଦ ଗୋୟଲ୍, ଲାୟନ୍ ଗଙ୍ଗାଧର ଶର୍ମା, ଦୀପକ ପୃଷ୍ଟି, ଅଜିତ ପାତ୍ର, ସୁଜିତ ଚୌଧୁରୀ, ପ୍ରଦୀପ ବାରିକ, ବିକାଶ ଜୈନ୍, ଅସୀମ କୁଣ୍ଡୁ, ମାର୍କେଟିଙ୍ଗ ଚେୟାର ପର୍ସନ ଲାୟନ ସଞ୍ଜୟ କୁମାର ନାୟକ, ଗୋଲ୍ଡେନ୍ ସ୍ପନ୍ସର ଲାୟନ୍ ଦୀପକ ସାହୁ ଏବଂ ଲାୟନ୍ ସଙ୍ଗୀତା ସାହୁ, ଲାୟନ୍ ବିନ୍ଦୁ ସାହୁ ଏବଂ ପରିବାରଙ୍କ ସହ ଲିଓ କ୍ଲବର ସମସ୍ତ ସଦସ୍ୟ ସହଯୋଗ କରିଥିଲେ ।